ଏଣିକି ବାଇକ୍ ପଛରେ ବସିଲେ ବି ପିନ୍ଧିବାକୁ ପଡିବ ହେଲମେଟ୍ । କାର୍ ଚାଳକ ସହ ଗାଡିରେ ବସିଥିବା ଅନ୍ୟ ବ୍ୟକ୍ତିଙ୍କୁ ବି ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ।

2,246

କନକ ବ୍ୟୁରୋ: ଆହୁରୀ କଡାକଡି ହେବ ଟ୍ରାଫିକ ନିୟମ । ଏଣିକି ବାଇକ୍ ପଛରେ ବସିଲେ ବି ପିନ୍ଧିବାକୁ ପଡିବ ହେଲମେଟ୍ । ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଏବେ ପଛରେ ବସିବା ଲୋକ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ବୋଲି କହିଛନ୍ତି ସରକାର । ଏହାସହ  ଆଇନ୍ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଦୁର୍ଘଟଣା କମେଇବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ସୂଚନା ଅନୁସାରେ, ଏଣିକି ବାଇକ ଆରୋହୀ ଏବଂ ଗାଡି ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ । କେବଳ ଏତିକି ନୁହେଁ ଏଥିସହିତ କାର ଚାଳକଙ୍କ ସହ  ଗାଡିରେ ବସିଥିବା ଅନ୍ୟ ସମସ୍ତ ଯାତ୍ରୀମାନଙ୍କୁ ବି ସିଟ୍ ବେଲ୍ଟ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ତେବେ ନୂଆ ମୋଟର ଯାନ ଆଇନର ସମୟ ସୀମା ସରିବା ପରେ ଏହାକୁ ରାଜ୍ୟବ୍ୟାପି କଡାକଡି ଭାବରେ ଲାଗୁ କରାଯିବା ନେଇ ପୁଣି ଥରେ ଚେତାବନୀ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

୩ ମାସର ପରିବର୍ଦ୍ଧିତ ଅବଧି ସରିବା ପରେ ରାଜ୍ୟରେ ପୁଣି ଥରେ କଡାକଡି ଭାବେ ଲାଗୁ କରାଯିବ ନୂଆ ମୋଟର ଯାନ ଆଇନ । ପୁଣି ନିୟମ ଭାଙ୍ଗିଲେ ଚାଳକଙ୍କଠାରୁ ଆଦାୟ କରାଯିବ ମୋଟା ଅଙ୍କର ଫାଇନ । ତେବେ ଉଭୟ ବାଇକ୍ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତିଙ୍କୁ ହେଲମେଟ ବିନ୍ଧିବାକୁ ବାଧ୍ୟତାମୂଲକ କରାଯିବା ସହ କାର ଚାଳକ ଏବଂ କାରରେ ବସିଥିବା ଅନ୍ୟ ଯାତ୍ରୀଙ୍କୁ ବି ସିଟ୍ ବେଲ୍ଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ ।  ମାର୍ଚ୍ଚ ପହିଲାରୁ ଏହାକୁ ରାଜ୍ୟରେ କଡାକଡି କରାଯିବା ନେଇ ଦିଲ୍ଲୀରୁ ସଡକ ସୁରକ୍ଷା ସଂପର୍କିତ କେନ୍ଦ୍ରୀୟ ବୈଠକରେ ସାମିଲ ହୋଇ ଫେରିବା ପରେ କହିଛନ୍ତି ପଦ୍ମନାଭ ବେହେରା । ସେହିଭଳି  ଏନଏଚ ତଥା ଏସଏଚରେ ମୋବାଇଲ ଭ୍ୟାନ ବୁଲିବ । ପ୍ରତି ୩୦ କିଲୋମିଟର ରାସ୍ତାରେ ରହିବ ସ୍ୱତନ୍ତ୍ର ସ୍କ୍ୱାର୍ଡ । ତେବେ ଅଧିକ ଷ୍ଟାପ ନିୟୋଜିତ ସହ ଅଧିକ ଗାଡି କିଣିବା ପାଇଁ ଅର୍ଥର ଆବଶ୍ୟକ ରହିଛି ତେଣୁ ଆର୍ଥିକ ସହାୟତା ମିଳିଲେ ସ୍କ୍ୱାର୍ଡ ରଖାଯିବ ବୋଲି କହିଛନ୍ତି  ରାଜ୍ୟ ପରିବହନ ମନ୍ତ୍ରୀ ।