କନକ ବ୍ୟୁରୋ: ମୋବାଇଲ ଚୋରକୁ ଧରି ନିସ୍ତୁକ ପିଟିଲେ ଲୋକେ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଂଚଳରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଶ୍ରୀକ୍ଷେତ୍ର ବିହାର ଆଇଗିଣିଆ ଅଂଚଳରେ ତିନିଜଣ ମହିଳା ମର୍ଣ୍ଣିଂ ୱାର୍କ କରୁଥିଲେ । ଆଉ ଏତିକି ବେଳେ ପଛପଟୁ ଏକ ସ୍କୁଟି ତାଙ୍କୁ ଫଲୋ କରିଥିଲା । ସ୍କୁଟରେ ଥିଲେ ତିନିଜଣ ଲୁଟେରା । ଏମାନେ ମହିଳାଙ୍କ ନିକଟରେ ପହଂଚିବା ପରେ ତାଙ୍କଠାରୁ ମୋବାଇଲ ଫୋନ ଛଡାଇ ନେଇ ପଳାଇଯିବାକୁ ଉଦ୍ୟମ କରିଥିଲେ । ହେଲେ ମହିଳା ତାଙ୍କୁ ବାଧା ଦେବାରୁ ସ୍କୁଟିରୁ ଖସିପଡିଥିଲେ ।
ଦୁଇଜଣ ଫେରାର ହେବାକୁ ସମର୍ଥ ହୋଇଥିବାବେଳେ ଜଣେ ଲୋକଙ୍କ ହାବୁଡରେ ପଡିଯାଇଥିଲେ । ତାଙ୍କ ନାଁ ନରେନ୍ଦ୍ର ପ୍ରଧାନ ଓ ବୟସ ୨୫ ବର୍ଷ ବୋଲି ଜଣାପଡିଛି । ତାଙ୍କ ନାଁ ନରେନ୍ଦ୍ର ପ୍ରଧାନ । ସେ ଜଣେ ଅଭ୍ୟାସଗତ ଅପରାଧୀ । ଏହି ଚୋରଙ୍କ ଉପରେ ବର୍ଷିଥିଲା ଜୋରଦାର ମାଡ । ଯିଏ ଆସିଲା ସିଏ ପିଟିଲା । ଦୀର୍ଘ ସମୟଧରି ଯୁବକ ଜଣକ ରାସ୍ତା ଉପରେ ବସି ରହିଥିବାବେଳେ ତାଙ୍କୁ ଘେରି ରହିଥିଲେ ଲୋକେ । ପୋଲିସ ଜିମା ଦେବା ପୂର୍ବରୁ ପ୍ରବଳ ମାଡ ମାରିଥିଲେ ସ୍ଥାନୀୟ ଲୋକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/MADA.jpg)
/kanak/media/post_attachments/wp-content/uploads/2019/10/Screen-Shot-2019-10-19-at-1.54.00-PM-300x225.png)