କନକ ବ୍ୟୁରୋ: ଅସରାଏ ବର୍ଷାରେ ବେହାଲ ରାଜଧାନୀ । ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ସହରର ବିଭିନ୍ନ ଯାଗାରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ ଇସକନ ମନ୍ଦିର ନିକଟରେ ସ୍ଥିତି ବେହାଲ ହୋଇପଡିଛି । ସ୍କୁଟି ଗୁଡିକ ବୁଡିଯାଇଥିବା ବେଳେ କାର ଗୁଡିକ ମଧ୍ୟ ଅଧା ବୁଡିଯାଇଛି । ସେହିପରି ଲକ୍ଷ୍ମୀସାଗରରେ ଅଂଚଳରେ ମଧ୍ୟ ଘରେ ପାଣି ପଶିଯାଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ଭୁଖୀନ ହୋଇଛନ୍ତି ।

Advertisment

publive-image

ସେପଟେ, ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । କୋରାପୁଟ, କଳହାଣ୍ଡି, ସୁନ୍ଦରଗଡ, କେନ୍ଦୁଝର ଓ ଝାରସୁଗୁଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ନବରଙ୍ଗପୁର, ବରଗଡ, ବଲାଙ୍ଗୀର, ନୂଆପଡାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର କହିଛି ।