ଅସରାଏ ବର୍ଷାରେ ବେହାଲ ସ୍ମାର୍ଟ ସିଟି ଭୁବନେଶ୍ୱର ! ରାସ୍ତା ଉପରେ ଲହଡି ଭାଙ୍ଗୁଛି ପାଣି

45

କନକ ବ୍ୟୁରୋ : ଅସରାଏ ବର୍ଷାରେ ବେହାଲ ସ୍ମାର୍ଟ ସିଟି ଭୁବନେଶ୍ୱର । ରାଜଧାନୀର ରାଜରାସ୍ତା ସୃଷ୍ଟି କରୁଛି ଜଳାଶ୍ରୟର ଭ୍ରମ । ରାସ୍ତା ଉପରେ ଲହଡି ଭାଙ୍ଗୁଛି ପାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଇସ୍କନ୍ ମନ୍ଦିର ସମୁଖ ରାସ୍ତାରେ । ରାସ୍ତା ଉପରେ କାର୍ ବୁଡି ଯିବା ଫଳରେ ଭିତରେ ଫଶି ରହିଥିବା ଲୋକକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ତେଣୁ ଯେତେବେଳେ ଏହି ରାସ୍ତାରେ କାର ବୁଡି ଯାଉଛି ସେତେବେଳେ ପାଦ ଚଲା ପଥିକ ଓ ବାଇକ୍ ଆରୋହିଙ୍କ ଅବସ୍ଥା ନକହିବା ଭଲ । ଏହା ହେଉଛି ଭୁବନେଶ୍ୱରର ଏକ ମୁଖ୍ୟ ରାସ୍ତା ପୁଣି ଜାତୀୟ ରାଜପଥ । ତେବେ ପ୍ରଶ୍ନ ଉଠୁଛି ଅସରାଏ ବର୍ଷାରେ ଯଦି ମୁଖ୍ୟ ରାସ୍ତାର ଅବସ୍ଥା ଏଭଳି, ତେବେ ସହରର ତଳି ଅଂଚଳର ଅବସ୍ଥା କଣ ହୋଇଥିବ? ଏବଂ କେବେ ସୁଧୁରିବ ସ୍ମାର୍ଟ ସିଟିର ସ୍ମାର୍ଟ ଚେହେରା?