ଆହୁରି ଦୁଇ ସପ୍ତାହ ଲାଗିରହିବ ତାତି

19

ଲଗାତର ଦୁଇ ସପ୍ତାହ ଧରି ରାଜ୍ୟରେ ରହିଛି ତାତିର ରାଜୁତି । ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ପୁଣି ଆଗାମୀ ଦୁଇ ସପ୍ତାହ ଯାଏଁ ଏଭଳି ତାତି ଜାରି ରହିବ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମତାପ କମିବାର ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶା ସମେତ ଉପକୂଳ ଓଡିଶାରେ ବି ପ୍ରବଳ ଖରା ତାତି ଅନୁଭୂତ ହେବା ପୂର୍ବାନୁମାନ କରାଯାଇଛି । ଗତକାଲି ୪୬ ଡିଗ୍ରୀ ସହ ଦେଶର ସବୁଠାରୁ ଉତପ୍ତ ସହର ଥିଲା ସୋନପୁର । ୫ଟି ଜିଲ୍ଲାରେ ପାରଦ ୪୪ ଡିଗ୍ରୀ ଟପିଥିବାବେଳେ ୧୬ଟି ସହରରେ ପାରଦ ୪୦ ଡିଗ୍ରୀରୁ ତଳକୁ ନଥିଲା ,ଘରୋଇ ପାଣିପାଗ ସଂସ୍ଥା ଅକୁ୍ୟୱେଦର ଅନୁସାରେ ଆସନ୍ତା ସପ୍ତାହରେ ବି ତାତି କମିବାର ସମ୍ଭାବନା ନାହିଁ । ସେହିପରି ସ୍କାଇମେଟ ସଂସ୍ଥାର କହିବା ଅନୁସାରେ ମେ ୨ ତାରିଖ ଯାଏଁ ବର୍ଷାର ସମ୍ଭାବନା ନାହିଁ । ୨୯ ତାରିଖ ବେଳକୁ ଆକାଶରେ ବାଦଲ  ଦେଖାଦେବ ଓ ତାତି କମିପାରେ ବୋଲି ଅନୁମାନ କରାଯାଉଛି ।