ଭୋଜନ ପରେ ପେଟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? କ’ଣ ହୋଇପାରେ ଏହାର କାରଣ ଜାଣିରଖନ୍ତୁ । 

67

ବେଳେବେଳେ ଦେଖାଯାଇଥାଏ କି ଆପଣ ନିଜର ଭୋଜନ ସାରିଲା ପରେ , କହିଥାନ୍ତି ପେଟରେ ଯନ୍ତ୍ରଣା ଅନୁଭବ ହେଉଛି । ଭୋଜନ କରିବା ପରେ ଏଭଳି ସମସ୍ୟା ଦେଖାଦେଲେ ଏହାକୁ ଡାଇସେସିଆ କହନ୍ତି । ଯାହା ଖାଦ୍ୟ ହଜମ ନହେବା କାରଣରୁ ହୋଇଥାଏ । ଏହା ଦ୍ୱାରା ପେଟରେ ବହୁତ ଯନ୍ତ୍ରଣା ଅନୁଭବ ହୋଇଥାଏ । ଆଉ ପେଟ ଭାରି ଭାରି ଲାଗେ । ଏହା କେବଳ ଭୋଜନ କରିବା ପରେ ହୋଇଥାଏ । ପେଟରେ ଯନ୍ତ୍ରଣା ଅନେକ କାରଣରୁ ମଧ୍ୟ ହୋଇଥାଏ । ଯେଉଁ ବିଷୟରେ ଆମେ ଆଲୋଚନା କରିବା । ସବୁଠୁ ପ୍ରମୂଖ କାରଣ ଗ୍ୟାଷ୍ଟ୍ରୋଏସ୍ଫୋଗଲ୍ ରିଫ୍ଲକ୍ସ ରୋଗ ହୋଇଥାଏ । ଯାହାକୁ ଗର୍ଡ କୁହନ୍ତି । ଏହି ସ୍ଥିତିରେ ଆସୋଫେଗସରେ ଜ୍ୱଳନ ହୋଇଥାଏ । ଏବଂ ପେଟରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥାଏ ।

ଯଦି ଆପଣଙ୍କର ଏହି ଗର୍ଡ ସମସ୍ୟା ଅଛି ଏବଂ ଆପଣ ତରତରରେ ଭୋଜନଖାଇବାରେ ଅଭ୍ୟସ୍ତ ତ ଏହି ଅଭ୍ୟାସକୁ ପରିତ୍ୟାଗ କରିଦେବା ଭଲ । ସ୍ପାଇସି ଫୁଡ୍ , କ୍ୟାଫିନ୍ ଓ ଆଲକହଲ କାରଣରୁ ଏ ସମସ୍ୟା ଆହୁରି ବଢିଯାଏ । ଦ୍ୱିତୀୟ ସ୍ଥିତିରେ ଏହା ହୋଇଥାଏ କି ଆପଣ ଇରେଟେବଲ୍ ବାଉଲ୍ ସିଣ୍ଡ୍ରୋମରେ ପୀଡିତ । ଆଇବିଏସ୍ ଏକ ଇଂଟେଷ୍ଟାଇନଲ୍ ସମସ୍ୟା ଅଟେ , ଯାହା କି ପେଟ ଯନ୍ତ୍ରଣା , ଗ୍ୟାସ୍ ଡାଇରିଆ ଓ କୋଷ୍ଠକାଠିନ୍ୟ ଆଦିର କାରଣ ଅଟେ । ଏହା ଅନେକ କାରଣରୁ ଦେଖାଯାଏ । ଯଦି ଆପଣଙ୍କ ପେଟ ଭୋଜନ ପରେ ଯନ୍ତ୍ରଣା ପାଏ ଅର୍ଥାତ୍ ଆପଣ କୋଷ୍ଠକାଠିନ୍ୟ ବା ଡାଇରିଆରେ ପୀଡିତ ।

ଯଦି ଆପଣଙ୍କୁ କୋରିଆକ୍ ରୋଗ ହୋଇଥାଏ ,ତ ଭୋଜନ ପରେ ମଧ୍ୟ ପେଟରେ ଯନ୍ତ୍ରଣା ହେବାର ସମ୍ଭାବନା ଥାଏ । ଏହା ମଇଦା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ବେଳେବେଳେ ହୋଇଥାଏ । ଏହି କାରଣରୁ ରୁଟି ଠାରୁ ମଇଦା ଯୁକ୍ତ କୌଣସି ବି ଖାଦ୍ୟ ଖାଇବା ଦ୍ୱାରା ଏମିତି ଯନ୍ତ୍ରଣା ହୁଏ । କିନ୍ତୁ କୋଏଲିକ୍ ରୋଗ କାରଣରୁ ଛୋଟ ଅନ୍ତଃନଳୀରେ ଖରାପ ପ୍ରଭାବ ପକାଏ , ଯେତେବେଳେ ଅଧିକା ପେଟ ଭରି ଖାଇଦେଇଥାଉ । କିଛି ଲୋକଙ୍କୁ ଏହି କାରଣରୁ ତୁରନ୍ତ ଗ୍ୟାସ୍ ବା ଡାଇରିଆ ମଧ୍ୟ ହୋଇଥାଏ । ଆଉ ମଧ୍ୟ ପେଟରେ ଯନ୍ତ୍ରଣା ହେବାର ଆଉ ଏକ କାରଣ ପେଟରେ ଅଲସର ହେବା । ଯଦି ଆପଣଙ୍କର ଖାଇବା ପରେ ପେଟରେ ଭୟାନକ ଯନ୍ତ୍ରଣା ହୁଏ ତ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । କାରଣ ଅଲସର ହେବା ଦ୍ୱାରା ବି ଏମିତି ହୁଏ । ଏହାର ପ୍ରଭାବରେ ଓଜନ କମିବା , ଏନିମିଆ , ବାନ୍ତି ହେବା ଆଦି ସମସ୍ୟା ଦେଖାଦେଇଥାଏ ।

ଅନେକ ସମୟରେ ଓଭରଇଟିଂର କାରଣରୁ ମଧ୍ୟ ଏମିତି ହୋଇଥାଏ । ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏହାକୁ କେବେ ବି ଅଣଦେଖା କରିବା ଉଚିତ୍ ନୁହେଁ କାରଣ ଏହା ପରେ ବିପଦପୂର୍ଣ୍ଣ ହୋଇଥାଏ । ଆଉ ସ୍ୱାସ୍ଥ୍ୟରେ ଖରାପ ପ୍ରଭାବ ପକାଇପାରେ ।