ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ କଳାଜିରା ! ଏହା ଅନେକ ରୋଗରୁ ମୁକ୍ତି ଦେଇଥାଏ

98

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ମଣିଷ ମେସିନ ହୋଇଗଲାଣି । କାରଣ ୨୪ ଘଂଟା ମେସିନ ଚାଲିଲା ଭଳି ମଣିଷ ଶରୀର ମଧ୍ୟ କାମ କରିଥାଏ । ଏହାଦ୍ୱାରା ଶରୀର ଥକିଯାଏ ଏବଂ ସଂନ୍ଧ୍ୟାରେ ଘରକୁ ଫେରିଲା ପରେ ଖାଦ୍ୟଖାଇ ସିଧାସଳଖ ଶୋଇବା ପାଇଁ ଚାଲିଯାଇଥାଏ । ନିତିଦିନ ଏପରି ହେବାଦ୍ୱାରା ଶରୀର ଅସୁସ୍ଥ ହୋଇପଡେ । ଏବଂ ଏହାପରେ ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡିଥାଏ । କିନ୍ତୁ କିଭଳି ଏହାର ଘରୋଇ ଉପଚାର କରିବେ ଆସନ୍ତୁ ଜାଣିବା ।ସାଧାରଣତଃ ସମସ୍ତଙ୍କ ରୋଷେଇ ଘର ମାନଙ୍କରେ କଳାଜିରା ଉପଲବ୍ଧ । ଏହାକୁ ଖାଦ୍ୟ ତିଆରି କରିବାରେ ବ୍ୟବହାର କରାଯାଏ । କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ କଳାଜିରା ଆମ ଶରୀର ପାଇଁ ଖୁବ୍ ଲାଭଦାୟକ । ଏହା ଶରୀରରେ ଅନେକ ରୋଗରୁ ମୁକ୍ତି ଦେଇଥାଏ ।

– କଳାଜିରା ତେଲକୁ ମସାଜ୍ କଲେ ଆଣ୍ଠୁ ଗଣ୍ଠି ବ୍ୟଥା,ମୁଣ୍ଡ ବ୍ୟଥା,ଅଂଟା ବ୍ୟଥା ଏବଂ ମାଂସପେଷୀୟ ଭଳି ଅନେକ ରୋଗରୁ ମୁକ୍ତି ମିଳିଥାଏ ।

– କଳାଜିରା, ମଧୁମେହ ଏବଂ ପେଟ ଗ୍ୟାସ ଜନୀତ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ । ସେଥିପାଇଁ ପ୍ରତିଦିନ ସକାଳୁ ଉଠି ଖାଲି ପେଟରେ ନଖ ଉଷୁମ୍ ପାଣିରେ କଳାଜିରା ଖାଆନ୍ତୁ ।

– ଯଦି ଆପଣଙ୍କ ଶରୀରରେ କୌଣସି ଅଂଗ ଫୁଲି ଯାଉଛି । ତେବେ କଳାଜିରା ତେଲ ବା କଳାଜିରାକୁ ପେଷ୍ଟ କରି ସେହି ଜାଗାରେ ଲଗାଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଶରୀରର ଫୁଲା କମି ଯାଇଥାଏ ।

– ନିୟମିତ କଳାଜିରା ବ୍ୟବହାର କରିବା ଫଳରେ ଶରୀରରେ କୌଣସି ସଂକ୍ରାମକ ରୋଗ ପାଖ ମାଡେ ନାହିଁ ।

– ଏହାଛଡା କଳାଜିରା ହୃଦ୍ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ।