୩୦ ବର୍ଷ ବୟସ ପରେ ଶରୀରର ଫିଟନେସ୍ ଏବଂ ରୋଗପ୍ରତିଷେଧକ ଶକ୍ତି ଦୁର୍ବଳ ହେବା ଆରମ୍ଭ ହୋଇଥାଏ । ଫଳରେ ରୋଗ ହେବାର ଆଶଙ୍କା ବଢିଯାଇଥାଏ । ଏହି ବୟସରେ ପୁରୁଷମାନଙ୍କୁ ଖାସ୍ କରି ଅଧିକ ରୋଗ ହେବାର ଆଶଙ୍କା ରହିଥାଏ । ଡାକ୍ତରଙ୍କ କହିବା ଅନୁସାରେ ଶରୀରର ଦୁର୍ବଳ ହୋଇଯାଏ । ଆସନ୍ତୁ ଜାଣବା ୩୦ ବର୍ଷ ଅତିକ୍ରମ ହେଲା ପରେ କେଉଁ ରୋଗ ହେବାର ଆଶଙ୍କା ରହିଥାଏ ।
- ଲାଇଫ୍ ଷ୍ଟାଇଲ୍ ,ଷ୍ଟ୍ରେସ, ଟେନସନ ପାଇଁ ୩୦ ବର୍ଷ ବୟସ ପରେ ଦୃଦରୋଗ ହେବାର ଆଶଙ୍କା ବଢିଯାଏ ।
- ଅଧିକ ଲୁଣ, ଚିନି, ତେଲ ଏବଂ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ରକ୍ତଚାପ ବଢିବାର ସମ୍ଭାବନା ଥାଏ ।
- ଖରାପ ଅଭ୍ୟାସ, ସିଗାରେଟ୍-ମଦ୍ୟପାନ ଓ ଜଙ୍କ୍ ଫୁଡ୍ ପାଇଁ ଲିଭର ଉପରେ ଚାପ ବଢ଼ିଯାଏ । ଫଳରେ ଲିଭର ସଂପର୍କିତ ରୋଗ ହେବାର ସମ୍ଭାବନା ଥାଏ ।
- ଜଙ୍କ ଫୁଡ୍ ଏବଂ ସ୍ୱାସ୍ଥ୍ୟକର ହୋଇ ନ ଥିବା ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଟକ୍ସିନ୍ ମାତ୍ରା ବଢିଯାଇଥାଏ । କିଡନୀ ଏହାକୁ ଭଲ ଭାବରେ ଫିଲଟର୍ କରିପାରେ ନାହିଁ । ଫଳରେ କିଡନୀ ସହିତ ଜଡିତ ରୋଗ ହେବାର ସମ୍ବାବନା ଥାଏ ।
- ରାତି ଅନିଦ୍ରା ରହିବା, ବ୍ୟାୟାମ ନ କରିବା ଆଦି ଅଭ୍ୟାସ ଡାଇବେଟିସ୍ ଭଳି ରୋଗ ହେବାର ଆଶଙ୍କାକୁ ବଢ଼ାଇ ଥାଏ ।
- କିଡନୀ ଓ ଲିଭର ଦ୍ୱାରା ଟକ୍ସିନ୍ ଭଲରେ ଫିଲଟର୍ ନ ହେବା ଯୋଗୁଁ ୟୁରିନ୍ ଇନଫେକ୍ସନ ହୋଇଥାଏ ।