ଓଜନ କମାଇବା ପାଇଁ ଖାଆନ୍ତୁ କିସମିସ୍ ! ନଜର ପକାନ୍ତୁ ଏହାର ଉପକାରୀତା ଉପରେ

108

ଡ୍ରାଏ ଫୃଟସ୍ ପସନ୍ଦ କରୁଥିବା ଲୋକଙ୍କ ପାଇଁ କିସମିସର ଚାହିଦା ବହୁତ ଅଧିକ ରହିଥାଏ । ଅପେକ୍ଷାକୃତ ଭାବରେ ଅଲଗା ଡ୍ରାଏ ଫୃଟସ୍ ମାନଙ୍କ ତୁଳନାରେ କିସମିସ ଅପେକ୍ଷାକୃତ ଶସ୍ତା ରହିଥାଏ । କିସମିସରେ ଏମିତି କିଛି ଉପାଦେୟତା ରହିଛି ଯାହା ପ୍ରାୟତଃ ବହୁତ ଲୋକଙ୍କୁ ଜଣା ନଥାଏ ।

କିସମିସରେ ଥିବା ଚିନି ଅଂଶ ଶୀଘ୍ର ଶରୀରରେ ହଜମ ହୋଇଯାଇଥାଏ, ତେଣୁ ଏହାକୁ ବ୍ୟବହାର କରିବା ଦ୍ୱାରା ଶରୀରକୁ ବହୁ ପରିମାଣରେ ଶକ୍ତି ମିଳିଥାଏ । କିସମିସରେ କଲୋଷ୍ଟ୍ରଲର ପରିମାଣ ବହୁତ କମ ରହିଥାଏ ତେଣୁ ହାର୍ଟ ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ବହୁତ ଉପକାରରେ ଆସିଥାଏ ।

ଦୈନନ୍ଦିନ ଆମେ ଯଦି କିସମିସର ବ୍ୟବହାର କରିବା ଏହାଦ୍ୱାରା ଶରୀରରେ ହଜମ ଶକ୍ତି ବଢିଥାଏ । ପେଟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ପାଂଚରୁ ଛଅଟି କିସମିସ ଖାଇବା ଦରକାର । କିସମିସକୁ ରାତିରେ ପାଣିରେ ଭିଜାଇ ତାକୁ ସକାଳୁ ଖାଇଲେ ଏହା କାମ କରିଥାଏ ।

କିସମିସରେ କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ ଯାହାକି ହାଡକୁ ମଜବୁତ୍ କରିଥାଏ । ଏଥିସହିତ ଏହା ଚିନିର ବିକଳ୍ପ ଭାବରେ ମଧ୍ୟ କାମ କରିଥାଏ ।

ମିଠା କାହାକୁ ବା ଭଲ ନ’ଲାଗେ । କିନ୍ତୁ ଅଧିକ ପରିମାଣରେ ଆମେ ଯଦି ମିଠା ଖାଇବା ମୋଟା ହେବାର ଡର ରହିଥାଏ । କିସମିସ ପ୍ରାକୃତିକ ଚିନି ଭଳି କାମ କରିଥାଏ, ଏହା ଖାଇବା ପାଇଁ ସୁଆଦିଆ ହେବା ସହିତ ଶରୀରରେ ପିଏଚର ସ୍ତରକୁ ଠିକରେ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ ।