12-1376313240-curd3ଭାରତୀୟ ଖାଦ୍ୟରେ ଲୋକପ୍ରିୟ ହେଉଛି ଦହି । ଏହା କେବଳ ଖାଦ୍ୟରେ ସ୍ୱାଦ ବଢାଇନଥାଏ ବରଂ ସ୍ୱସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ । ଏଥିରେ ଥିବା ବ୍ୟାକ୍ଟେରିଆ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । ତେଣୁ ସକାଳ ହେଉ ବା ଦିନ ବେଳା ଭୋଜନ । ପ୍ରତିଦିନ ଦହି ଖାଇବା ଉଚିତ୍ । ଏବେ ନଜର ପକାନ୍ତୁ ଦହି ଖାଇଲେ କେଉଁ ଲାଭ ମିଳିଥାଏ ।

Advertisment

- ନିୟମିତ ଦହି ଖାଇଲେ ରକ୍ତ ପ୍ରବାହରେ ସୁଧାର ଆସିଥାଏ । ଏହା ସହ ଦୁର୍ବଳ ମଧ୍ୟ ଲାଗିନଥାଏ । କ୍ଷୀରରୁ ଦହି ହୋଇଥାଏ । ତେଣୁ ଏଥିରେ ଥିବା ସୁଗାର ଏସିଡରେ ପରିବର୍ତ୍ତିତ ହୋଇଥାଏ । ଯାହା ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।

- ପ୍ରତିଦିନ ଦହି ଖାଇଲେ ପେଟ ଏବଂ ଗ୍ୟାସ୍ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ ।

- ଯଦି ଆପଣଙ୍କ ପେଟ ଗରମ ରହୁଛି ତେବେ ଭାତ ସହ ଦହି ଖାଆନ୍ତୁ ।

- ଦହିରେ କ୍ୟାଲସିୟମ୍ ରହିଛି । ତେଣୁ ପ୍ରତିଦିନ ଦହି ଖାଇଲେ ହାଡ ମଜଭୂତ ହୋଇଥାଏ ।

- ଉଚ୍ଚରକ୍ତଚାପ ଏବଂ ହୃଦ୍ ଜନିତ ସମସ୍ୟାରୁ ଦୂରେଇ ରଖେ ଦହି । ଏହା ସହ ବଢୁଥିବା କୋଲେଷ୍ଟ୍ରଲକୁ ମଧ୍ୟ ଅଟକାଇଥାଏ ।

- ଅନିଦ୍ରାରେ ପୀଡିତ ବ୍ୟକ୍ତିି ଦହି ଖାଇବା ଉଚିତ୍ । ପ୍ରତିଦିନ ଦହି ଖାଇଲେ ଭଲ ନିଦ ଆସିଥାଏ ।

- ଯଦି ଆପଣଙ୍କର ତୁଣ୍ଡ ଘା’ ହେଉଛି ତେବେ ଦିନକୁ ଦୁଇ ଥର ପାଟିରେ ଦହି ଲଗାନ୍ତୁ । କିଛି ଦିନ ମଧ୍ୟରେ ଏହା ଭଲ ହୋଇଯିବ ।