ଗୁଗଲ ବିରୋଧରେ ସାରା ଦିଲ୍ଲୀରେ ପୋଷ୍ଟର ଲଗାଇଲେ ଯୁବକ, ପୋଷ୍ଟରରେ ଲେଖିଲେ- ‘ଗୁଗଲ ଧୋକେବାଜ୍ ହୈ’ । ଜାଣନ୍ତୁ କାହିଁକି

255

ବେଳେ ବେଳେ ବଡ଼ ବଡ଼ କମ୍ପାନୀମାନେ ନିଜ ନିଜର ଗ୍ରାହକମାନଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥାନ୍ତି । କିନ୍ତୁ କମ୍ପାନୀର ଏ ପ୍ରକାରର ବିଫଳତାରେ ଜଣେ ଗ୍ରାହକ ହିସାବରେ ଏଭଳି କିଛି କରିବା ସମ୍ପୂର୍ଣ୍ଣ ନୂଆ। ହରିୟାଣାରେ ରହୁଥିବା ମନୁ ଅଗ୍ରୱାଲଙ୍କ ସମସ୍ୟାର ସମାଧାନ ଗୁଗଲ କରି ନପାରିବାରୁ ସେ ପୂରା ଦିଲ୍ଲୀରେ ପୋଷ୍ଟର ଲଗାଇ ଦେଇଥିଲେ । ପୋଷ୍ଟରରେ ‘ଗୁଗଲ ଧୋକେବାଜ୍ ର୍ହୈ ଗୁଗଲ ପିକ୍ସେଲ ଫୋନ କିଣନ୍ତୁ ନାହିଁ’… ଭଳି କିଛି କଥା ପୋଷ୍ଟରରେ ଲେଖାଥିବାର ଦେଖାଯାଇଥିଲା।

ସୂଚନା ମୁତାବକ, ହରିୟାଣାରେ ରହୁଥିବା ମନୁଙ୍କୁ ବର୍ଷେ ପୂର୍ବରୁ ତାଙ୍କ ପତ୍ନୀ ଗୁଗଲ ପିକ୍ସେଲ ଫୋନ ଉପହାରରେ ଦେଇଥିଲେ । କିନ୍ତୁ କିଛି ଦିନ ବ୍ୟବହାର କରିବା ପରେ ଫୋନରେ ସମସ୍ୟା ଦେଖାଦେଇଥିଲା । ଏ ନେଇ ସେ ଗୁଗଲର କଷ୍ଟମର କେୟାରକୁ ଫୋନ କରିବା ପରେ ୱାରେଣ୍ଟି ଥାଇ ମଧ୍ୟ ଫୋନ ଠିକ୍ କରିବା ପାଇଁ ୨୬,୮୫୧ଟଙ୍କା ଚାର୍ଜ କରିଥିଲେ । କିନ୍ତୁ କିଛି ଦିନ ପରେ ଫୋନରେ ସେ ସବୁ ସମସ୍ୟା ପୁଣି ଆରମ୍ଭ ହୋଇଥିଲା । ଯାହା ପରେ ସେ ଗୁଗୁଲକୁ ଏ ନେଇ ଅଭିଯୋଗ କରିଥିବା ବେଳେ କମ୍ପାନୀ ତରଫରୁ କୌଣସି ପ୍ରତିକ୍ରିୟା ରଖାଯାଇନଥିଲା । ଯାହା ପରେ ମନୁ ରାଗରେ ଦିଲ୍ଲୀର ପ୍ରାୟ ସବୁ ସ୍ଥାନରେ ଗୁଗୁଲ ଫୋନ ନକିଣିବା ପାଇଁ ଲୋକମାନଙ୍କୁ ମନା କରି ପୋଷ୍ଟର ଲଗାଇଥିଲେ । ଯୁବକଙ୍କ ସମସ୍ୟାର ସମାଧାନ କରିବାରେ ଗୁଗଲ୍ ବିଫଳ ହେବାରୁ ପୂରା ଦିଲ୍ଲୀରେ ‘ଗୁଗଲ ଧୋକେବାଜ୍ ହୈ’ ଲେଖାଥିବା ପୋଷ୍ଟର ଲଗାଇଲେ ଯୁବକ ।