ସାବଧାନ ! ଧୂପକାଠିର ସୁଗନ୍ଧରେ ରହିଛି ଅନେକ ଘାତକ କଣିକା । ମୃତ୍ୟୁର କାରଣ ମଧ୍ୟ ହୋଇପାରେ
ଧୂପକାଠିର ଅଧିକ ବ୍ୟବହାର ଯୋଗୁଁ ଏହା ହୃଦରୋଗର କାରଣ ହୋଇପାରେ ।
ପୂଜାର୍ଚ୍ଚନା କଲାବେଳେ ଧୂପକାଠି ଜାଳିବା ଭାରତରେ ଏକ ପୁରାତନ ପରମ୍ପରା ଭାବେ ଚାଲି ଆସୁଛି। ଧୂପକାଠିରୁ ସୁଗନ୍ଧ ବାହାରୁଥିବାରୁ ଭାରତୀୟମାନେ ନିଜ ଘରକୁ ସୁଗନ୍ଧିତ କରିବା ପାଇଁ, ଧ୍ୟାନ କରିବା ଓ ପୂଜା କରିବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି। କିନ୍ତୁ ଏଥିରେ ରହିଥାଏ ଅନେକ ଘାତକ କଣିକା ବା ପଦାର୍ଥ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ।
Kanak News is now on WhatsApp
Join and get latest news updates delivered to you via WhatsApp
ଜେନାଟୋନିକ୍ସ୍ – ଯାହା କ୍ୟାନସର୍ ରୋଗ କରାଇଥାଏ
ମୁଟାଜେନିକ୍ – ଯାହା ଡିଏନଏ ସ୍ତରକୁ ବଦଳାଇଦିଏ
ସାଇଟୋସକ୍ସିକ୍ – ଯାହା କୋଷଗୁଡ଼ିକରେ ବିଷ ଭରିଦିଏ
ଶ୍ୱାସ ରୋଗର ଭୟ ବଢ଼ାଇଥାଏ : ଧୂପକାଠି ଜଳାଇଲା ପରେ ଏଥିରେ ବାହାରୁଥିବା ଧୂଆଁ ଯୋଗୁଁ ପ୍ରଦୂଷଣ ହୋଇଥାଏ । ଧୂଆଁ ଶରୀର ଭିତରକୁ ଗଲା ପରେ ଏହା ଫୁସଫୁସର କୋଷଗୁଡ଼ିକୁ ଖରାପ କରିଥାଏ। ସାଉଥ୍ ଚାଇନା ବିଶ୍ୱବିଦ୍ୟାଳୟ ଓ ଚାଇନା ଟବାକୋ ଗଙ୍ଗଡୋଙ୍ଗ୍ ଇଣ୍ଡଷ୍ଟ୍ରିଜର ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଧୂପକାଠି ଧୂଆଁରେ ଯେଉଁ ରାସାୟନିକ ପଦାର୍ଥ ରହିଛି ତାହା ତମାଖୁ ଠାରୁ ବି ଆହୁରି ଭୟଙ୍କର।
ହୃତପିଣ୍ଡକୁ ଖରାପ କରିଥାଏ : ଧୂପକାଠିର ଅଧିକ ବ୍ୟବହାର ଯୋଗୁଁ ଏହା ହୃଦରୋଗର କାରଣ ହୋଇପାରେ। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଧୂପକାଠି ଧୂଆଁ ରକ୍ତଚାପକୁ ଉତ୍ତେଜିତ କରିଥାଏ। ଧୂପକାଠିକୁ ସବୁବେଳେ ବ୍ୟବହାର କଲେ ୧୨ ପ୍ରତିଶତ ହୃଦରୋଗର ଭୟ ବଢ଼ିଯାଏ ଓ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ।
ଶିଶୁମାନଙ୍କ ପ୍ରତି ବିପଦ : ଧୂପକାଠି ଧୂଆଁ ଛୁଆମାନଙ୍କ ଲାଗି ବେଶ୍ କ୍ଷତିକାରକ ହୋଇଥାଏ। ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ଏହା ଘାତକ ହୋଇଥାଏ। ନ୍ୟାସନାଲ କ୍ୟାନସର୍ ଇନଷ୍ଟିଚ୍ୟୁଟର ଏକ ଅନୁସନ୍ଧାନରୁ ଜଣାପଡ଼ିଥିବା ଖବର ଅନୁସାରେ, ଅଗରବତି ଧୂଆଁ ଯୋଗୁଁ ଛୁଆମାନଙ୍କ ଦେହରେ ଲିଉକେମିଆ ବଢ଼ିଯିବାର ଭୟ ରହିଥାଏ।
ଫୁସଫୁସ୍ କ୍ୟାନସର୍ : ଧୂପକାଠିରେ ପ୍ରଦୂଷିତ ବାୟୁ ଥିବା ଯୋଗୁଁ ଏହା ଫୁସଫୁସରେ କ୍ୟାନସର ହେବାର କାରଣ ହୋଇପାରେ। ଏହି ପ୍ରଦୂଷକ ଫୁସଫୁସରେ ଯନ୍ତ୍ରଣା କରାଇଥାନ୍ତି ଓ ଧୂଆଁ ଶ୍ୱାସନଳୀରେ କ୍ୟାନସର୍ କୋଷ ତିଆରି କରିଥାଏ।
ଚର୍ମରୋଗ ଓ ଆଲାର୍ଜି : ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଛୋଟ ଛୁଆ ସହ ଯୁବକ ଯୁବତୀଙ୍କର ଧୂପକାଠି ଯୋଗୁଁ ଆଖି ଆଲାର୍ଜି ହୋଇଥାଏ। ସେନସିଟିଭ୍ ଚର୍ମ ଥିବା ବ୍ୟକ୍ତିମାନଙ୍କୁ ଏହି ଧୂଆଁ ଯୋଗୁଁ ସ୍କିନ୍ ଆଲାର୍ଜି ହେବାର ଆଶଙ୍କ ସହ ଅନ୍ୟ ଚର୍ମରୋଗ ହେବାର ଭୟ ମଧ୍ୟ ରହିଥାଏ।