କଟକ ବ୍ୟୁରୋ, କନକ ନ୍ୟୁଜ୍ : ଭଗତପୁର ହାରାମଣୀ ସାହୁ ହତ୍ୟାକାଣ୍ଡ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ । ପୁରୀ ଘାଟ ଥାନା ପୁଲିସ ଏମାନଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି । ଗତ ୧୨ ତାରିଖ ଦିନ ଭଗତପୁରର ହାରାମଣି ସାହୁଙ୍କ ମୃତଦେହ ଘର ଭିତରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମିଳିଥିଲା । ଡକାୟତି ଉଦ୍ୟମ ବେଳେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ, ବଡ ଝିଅ ଓ ଜ୍ୱାଇଁ ହାରାମଣୀଙ୍କୁ ହତ୍ୟା କରିଥିବା ତାଙ୍କ ପୁଅ ଅଭିଯୋଗ ଆଣିଥିଲେ । କମିସନରେଟ ପୁଲିସ ଘଟଣାର ତଦନ୍ତ କରୁଛି ।
କଟକ ଭଗତପୁର ହାରାମଣୀ ସାହୁ ହତ୍ୟା ଘଟଣାରେ ୪ ଜଣଙ୍କୁ ଗିରଫ କଲା ପୁଲିସ୍
/kanak/media/post_attachments/wp-content/uploads/2016/06/vlcsnap-2016-06-22-17h36m39s778.png)