ବୟସର ୫୪ ତମ ପାହାଚରେ ପାଦ ଥାପିଲେ ସୁପରଷ୍ଟାର୍ କିଙ୍ଗ୍ ଖାନ୍ ! ପର୍ବ ପାଳୁଛନ୍ତି ପ୍ରଶଂସକ , ସୋସିଆଲ୍ ମିଡିଆରେ ଛୁଟୁଛି ପ୍ରଶଂସାର ସୁଅ ।

376

ବୟସର ୫୪ ଟି ପାହାଚରେ ପହଁଚିଲେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ୍ । ଆଜିର ଦିନ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ କୌଣସି ପର୍ବଠାରୁ କିଛି କମ୍ ନୁହେଁ । ଜନ୍ମଦିନ ଅବସରରେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି । ଘନିଷ୍ଠ ବନ୍ଧୁ କରନ ଜୋହର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହୃଦୟସ୍ପର୍ଶୀ ଶୁଭେଚ୍ଛା ଜଣାଇଛନ୍ତି ଓ ଆୟୁଷ୍ମାନ ଖୁରାନା ଟ୍ୱିଟର ଦ୍ୱାରା ଶୁଭେଚ୍ଛା ଦେଇ ଲେଖିଛନ୍ତି “ସପନେ ଦିଖାନେ କେ ଲିୟେ ସୁକରିୟା ପ୍ୟାର ମେଁ ୟକିନ ଦିଲାନେ କେ ଲିୟେ ସୁକରିୟା । ଆପକା ଜବ୍ରା ଫ୍ୟାନ ।”

ଖାନ ତାଙ୍କ ୨୫ ବର୍ଷ ବଲିଉଡ କ୍ୟାରିଅର୍ ଭିତରେ ୮୦ ଟି ଫିଲ୍ମ କରିଛନ୍ତି । ସେ ୨ ନଭେମ୍ବର ୧୯୬୫ ରେ ନୂଆଦିଲ୍ଲୀ ଠାରେ ଜନ୍ମଗ୍ରହଣ କରିଥିଲେ । “ବାଦଶାହା ଅଫ ବଲିଉଡ”, “କିଙ୍ଗ ଅଫ ବଲିଉଡ”, “କିଙ୍ଗ ଖାନ” ଏହି ପରି ଅନେକ ନାଁରେ ଦର୍ଶକଙ୍କ ଗହଣରେ ସେ ପରିଚିତ । ୧୯୯୧ ରେ ଶାହାରୁଖ ଗୌରୀ ଖାନଙ୍କୁ ବିବାହ କରିଥିଲେ । ସେ ତାଙ୍କ ଫିଲ୍ମ କ୍ୟାରିଅର୍ ଭିତରେ ୧୪ ଟି ଫିଲ୍ମଫେୟାର ଆୱାର୍ଡ ପାଇଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।

୧୯୯୨ ମସିହାରେ ବାଦଶାହା ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କ ସୁପର ଡୁପର ଫିଲ୍ମ ମଧ୍ୟରୁ ‘ବାଜିଗର’ (୧୯୯୩), ‘ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେ’ (୧୯୯୫), ‘ଦିଲ ତୋ ପାଗଲ ହେ’ (୧୯୯୭), ‘କୁଛ କୁଛ ହୋତା ହେ’(୧୯୯୮), ‘ମୋହବତେଁ’(୨୦୦୦), ‘କଭି ଖୁସି କଭି ଗମ’(୨୦୦୧) ଓ ‘ଦେବଦାସ’(୨୦୦୨) ଏପରି ଅନେକ ଫିଲ୍ମ ବକ୍ସ ଅଫିସରେ ହିଟ କରିଥିଲା । ୨୦୧୫ ମସିହାରେ ରେଡ ଚିଲି ଇଣ୍ଟରଟେନମେଣ୍ଟପ୍ରଡକ୍ସନର ସେ କୋ-ଚେୟାରମ୍ୟାନ ହୋଇଥିଲେ । ପରେ ପରେ ଇଣ୍ଡିଆ ପ୍ରିମିୟର ଲିଗ୍ ଟିମ କୋଲକତା ନାଇଟ ରାଇଡର୍ସ କୋ-ଓନର ମଧ୍ୟ ହୋଇଥିଲେ ।