କନକ ବ୍ୟୁରୋ : ଅଲକଏଦାର ପରବର୍ତ୍ତୀ ଉତ୍ତରାଧିକାରୀ ଓସାମା ବିନ୍ ଲାଡେନର ପୁଅ ହମଜା ବିନ୍ ଲାଡେନ ହେବ ବୋଲି ଆଶଙ୍କା ବୃଦ୍ଧି ପାଇଛି । ୨୮ ବର୍ଷିୟ ହମଜା ବାପାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସଂଗଠନର ପ୍ରଚାର ନେଟଓ୍ଵର୍କରେ ପିଲାଟିଦିନରୁ ରହିଆସିଛନ୍ତି ଏବଂ ଏବେ କିଛି ଅଫିସର ଏବଂ ବିଶ୍ଳେଷକମାନେ ବିଶ୍ୱାସ କରୁଛନ୍ତି ଯେ, ହମଜା ଆଇଏସ ଗୋଷ୍ଠିର ସାମରିକ ଦୁର୍ବଳତାର ଫାଇଦା ନେଇ ସାରା ବିଶ୍ୱ ସ୍ତରରେ ଜିହାଦିମାନଙ୍କୁ ଏକତ୍ରିତ କରିବାରେ ଲାଗିପଡ଼ିଛନ୍ତି ।

Advertisment

କମ୍ବାଟିଙ୍ଗ ଟେରୋରିଜମ୍ ସେଣ୍ଟର (ସିଟିସି)ଦ୍ୱାରା ପ୍ରକାଶିତ ହୋଇଥିବା ରିପୋର୍ଟରେ ପୂର୍ବତନ ଏଫବିଆଇ ସ୍ୱତନ୍ତ୍ର ଏଜେଣ୍ଟ ଏବଂ ଅଲ-କଏଦା ସ୍ପେସାଲିଷ୍ଟ୍ ଅଲି ସୌଫନ କହିଛନ୍ତି ଯେ, ହମଜା ୨୦ ଦଶକର ଶେଷରେ ତାଙ୍କ ବାପା ପ୍ରତିଷ୍ଠା କରିଥିବା ସଂଗଠନର ନେତୃତ୍ୱ ନେବାପାଇଁ ପ୍ରସ୍ତୁତ ହେଉଛନ୍ତି ।

publive-imageଇସଲାମିକ ଷ୍ଟେଟ୍ କାଲିଫେଟ୍ ସମ୍ପୂର୍ଣ୍ଣ ଦୁର୍ବଳ ସ୍ଥିତିରେ ଥିବାବେଳେ ହମଜା ଏବେ ବୈଶ୍ୱିକ ଜିହାଦି ଆନ୍ଦୋଳନକୁ ଏକତ୍ରିତ କରିବାରେ ଲାଗି ପଡ଼ିଛନ୍ତି । ଓସାମା ବିନ୍ ଲାଡେନର ୨୦ ସନ୍ତାନଙ୍କ ମଧ୍ୟରୁ ୧୫ତମ ସନ୍ତାନ ଏବଂ ତୃତୀୟ ପତ୍ନୀଙ୍କ ପୁଅ ହମଜା ପିଲାଟିଦିନୁ ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରିଥିଲେ । ୯/୧୧ ଆକ୍ରମଣ ପୂର୍ବରୁ ସେ ତାଙ୍କ ନିଜ ପଟୁ କେମିତି ଅସ୍ତ୍ରଶସ୍ତ୍ର ଚଳାଇବାକୁ ହେବ ତାହା ଶିଖି ସାରିଥିଲେ ଏବଂ ପେଣ୍ଟାଗନର ଓ୍ଵାର୍ଲ୍ଠ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ ହେବାପରେ ହମଜା ତାଙ୍କ ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ତା’ପରଠାରୁ ତାଙ୍କୁ ଆଉ ଦେଖିବାକୁ ପାଇନାହାନ୍ତି ।