କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଭିତରେ ଜଣେ ହବିଷ୍ୟାଳୀ ଗୁରୁତର । ଜୟବିଜୟ ଦ୍ୱାର ନିକଟରେ ଠେଲାପେଲାରେ ଜଣେ ହବିଷ୍ୟାଳୀ ଗୁରୁତର ଆହତ ହୋଇଛନ୍ତି । ସକାଳୁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହି ସମୟରେ ହବିଷ୍ୟାଳୀ ଜଣକ ତଳେ ପଡିଯାଇଥିଲେ । ହବିଷ୍ୟାଳୀଙ୍କ ଡାହାଣ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି । ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ହବିଷ୍ୟାଳୀ ଜଣକ ପୁରୀ ଜିଲ୍ଲା ନରେନ୍ଦ୍ରକୋଣ ଅଂଚଳର ବାଳିସୀନୀ ବେହେରା ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/SRIMANDIRA-THELAPELA.jpg)
/kanak/media/post_attachments/wp-content/uploads/2018/11/puri11-300x177.jpg)