ଖାକି ବନାମ କଳାକୋର୍ଟ । ୨୯ ତାରିଖ ଘଟଣାର ନ୍ୟାୟିକ ତଦନ୍ତ ଦାବି କଲା ହାବିଲଦାର-କନେଷ୍ଟବଲ ସିପାହୀ ମହାସଙ୍ଘ

ଚାଉଳିଆଗଂଜ ଆଇଆଇସିଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଦାବି

88

କନକ ବ୍ୟୁରୋ: ଖାକି ବନାମ କଳାକୋର୍ଟ । ଆଇନଜୀବୀ ଓ ପୁଲିସ ବିବାଦ ଦିନକୁ ଦିନ ଅଧିକ ବିବାଦୀୟ ହେବାରେ ଲାଗିଛି । ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏହାକୁ ପ୍ରତିବାଦ କରିଛି ହାବିଲଦାର-କନେଷ୍ଟବଳ ସିପାହୀ ମହାସଙ୍ଘ । ୨୯ ତାରିଖ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ଦାବି କରିଛି ମହାସଙ୍ଘ । ପୋଲିସ କର୍ମଚାରୀମାନେ ସେମାନଙ୍କ କର୍ତବ୍ୟ କରିଥିବା ବେଳେ ସେମାନଙ୍କୁ ନିଲମ୍ବନ କରାଯିବା ଅନ୍ୟାୟ ବୋଲି କହିଛି ମହାସଙ୍ଘ ।

ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହିବା ସହ ମାମଲାର ପୁନର୍ବିଚାର ଦାବି କରିଛନ୍ତି ହାବିଲଦାର-କନେଷ୍ଟବଳ ସିପାହୀ ମହାସଙ୍ଘର ସଭାପତି । ଏହା ସହ ଚାଉଳିଆଗଂଜ ଆଇଆଇସିଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଗତ ୨୯ ତାରିଖରେ ହାଇକୋର୍ଟ ଭିତରେ ଜଣେ ପୋଲିସକୁ ମାଡ ମରାଯାଉଥିବା ଅଭିଯୋଗ ହୋଇଥିଲା ।

ସାଧା ପୋଷାକରେ ଡ୍ୟୁଟିରେ ଥିବା ସଂପୃକ୍ତ ପୋଲିସକୁ ଗୋଟିଏ ରୁମରେ ବନ୍ଦ କରି ରଖାଯାଇ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସକୁ କିପରି ଘୋଷାଡି ଘୋଷାଡି ମାଡ଼ ମରା ଯାଇଥିଲା, ତା’ର ସିସିଟିଭି ଫୁଟେଜ୍ ମଧ୍ୟ ଜାରି କରିଥିଲା ହାବିଲଦାର କନେଷ୍ଟବଳ ସିପାହୀ ମହାସଂଘ ।