କି ଯୁଗ ଆସିଲା ! ଯୁବକଙ୍କ ଅଶ୍ଲିଳ ଭିଡିଓ ଉତ୍ତୋଳନ କରି ବ୍ଲାକମେଲ୍ କରୁଥିଲେ ଯୁବତୀ , ଜାଲ ବିଛାଇ ଅପରାଧିକୁ ଧରିଲା ପୋଲିସ୍ ।  

11,418

ଗୁରୁଗ୍ରାମ୍ ର ସଦର ଥାନା କ୍ଷେତ୍ରରେ ଜଣେ ଯୁବକଙ୍କୁ ବ୍ଲାକମେଲ୍ କରି ଧମକାଇ ୪୦ ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ପୋଲିସ୍ ଜଣେ ଯୁବତୀଙ୍କୁ ଗିରଫ କରିଛି । ଗୋଟିଏ ୱାର୍କସପ୍ ରେ କାମ କରୁଥିବା ଜୟ କିଶନ୍ ଉତ୍ତରପ୍ରଦେଶରେ ରହୁଥିବା ଜଣେ ଯୁବତୀଙ୍କ ନାଁରେ ଅଭିଯୋଗ ଆଣିଥିଲେ । ୨ ମାସ ପୂର୍ବରୁ ସାକ୍ଷାତ ହୋଇଥିବା ଏହି ଯୁବତୀ ବର୍ତ୍ତମାନ ତାଙ୍କୁ ଧମକାଇ ୪୦ ଲକ୍ଷ ଟଙ୍କା ଦେବାକୁ ବାଧ୍ୟ କରୁଥିବା କଥା ସେ ପୋଲିସ୍ କୁ ଜଣାଇଥିଲେ ।

 

ଦେଖାସାକ୍ଷାତ ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଏବଂ ଶାରୀରିକ ସଂବନ୍ଧ ମଧ୍ୟ ହୋଇଥିଲା । କିନ୍ତୁ ଜୟ କିଶନ୍ ଙ୍କ କହିବାନୁସାରେ ଶାରୀରିକ ସଂବନ୍ଧ ରଖିବା ସମୟରେ ଯୁବତୀ ଜଣକ ତାଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ସାର୍ବଜନୀନ କରିବାକୁ ଧମକ ଦେଇଥିଲେ ଏବଂ ୪୦ ଲକ୍ଷ ଟଙ୍କା ମାଗିଥିଲେ । ଯୁବତୀଙ୍କ ଅସଲ ଉଦେ୍ଧଶ୍ୟକୁ ଜାଣିବା ପାଇଁ ପୋଲିସ୍ ଜାଲ ବିଛାଇଥିଲା । ୧ ଲକ୍ଷ ଟଙ୍କା ନଗଦ ଟଙ୍କା ଦେବା ପାଇଁ ଜୟ କିଶନ୍ ଯୁବତୀଙ୍କୁ ଡକାଇଥିଲା । ଯାହାପରେ ପୋଲିସ୍ ଯୁବତୀଙ୍କୁ ଗିରଫ କରିଥିଲେ । ପୋଲିସ୍ ର କହିବାନୁସାରେ , ୩୨ ବର୍ଷୀୟ ଭବାନୀ ଉତ୍ତରପ୍ରଦେଶର ଫରୁଦାବାଦ୍ ରେ ରହୁଛନ୍ତିି ଏବଂ ଗୁରୁଗ୍ରାମ୍ ସେ ଚାକିରୀ ଅନ୍ୱେଷଣରେ ଆସିଥିଲେ । ବର୍ତ୍ତମାନ ଯୁବତୀ ଜଣକ ପୋଲିସ୍ ହେପାଜତରେ ଅଛନ୍ତି ।