ଅଲରାଉଣ୍ଡର ଅଭିନେତ୍ରୀ ଗୁଲ ପନାଗ୍ : ଅଭିନୟ ବ୍ୟତିତ ଖେଳ, ବାଇକ୍ ରାଇଡିଂ, ସମାଜସେବା ଏବଂ ପାଇଲଟ୍ ର ରଖନ୍ତି ରୁଚି ।

415

ଆଜିର ମହିଳା କୌଣସି କ୍ଷେତ୍ରରେ କମ୍ ନୁହନ୍ତି । ନିଜର କଠିନ ପରିଶ୍ରମ ଓ ଦୃଢଇଚ୍ଛା ଶକ୍ତି ବଳରେ ଅନେକ ସଫଳତା ହାସଲ କରୁଛନ୍ତି ଦେଶର ମହିଳା । ସବୁ କ୍ଷେତ୍ରରେ ପାରଙ୍ଗମ ହେଉଛନ୍ତି ଅଭିନେତ୍ରୀ ଗୁଲ ପନାଗ । ସେ ଏକାବେଳେ ଜଣେ ଅଭିନେତ୍ରୀ , ଖେଳାଳୀ, ବାଇକରାଇଡର, ସମାଜସେବୀ ଓ ପାଇଲଟ । ନିଜ ଜୀବନରେ ଅନେକ ସଫଳତା ହାସଲ କରିଛନ୍ତି ଗୁଲ ।

୨୦୦୩ ରେ ଫିଲ୍ମ ଧୁପରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ଗୁଲ । ୧୯୯୯ ରେ ସେ ମିସ ଇଣ୍ଡିଆ ମଧ୍ୟ ରହିଛନ୍ତି । ଏଥିସହିତ ସେ ମିସ ୟୁନିଭର୍ସ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲେ । ନିଜ ଫିଟନେସକୁ ନେଇ ଗୁଲ ସଦାସର୍ବଦା ଯତ୍ନଶୀଳ । ସୋସିଆଲ ମିଡିଆରେ ସେ ନିଜର ଫିଟନେସ ଫଟୋ ଓ ଭିଡିଓ ଶେୟାର କରନ୍ତି । ଏଥି ସହିତ ସେ ଜଣେ ପାଇଲଟ ମଧ୍ୟ । ସବୁ କ୍ଷେତ୍ରରେ ନିଜର ଦକ୍ଷତାକୁ ପ୍ରମାଣ କରିଥିବା ଗୁଲ ପନାଗ ଫର୍ମୁଲା ଇର ରେସରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇଛନ୍ତି ।

ନିଜ ଜୀବନରେ କେବେ ପଛକୁ ଫେରି ଚାହିଁନାହାନ୍ତି ଗୁଲ ପନାଗ । ତାଙ୍କ ବ୍ୟକ୍ତିଗତ ଜୀବନ କଥା କହିବା ଯଦି ସେ ଜଣେ ସଫଳ ମାଆ । ୨୦୧୮ ରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସେତେବେଳେ ତାଙ୍କୁ ହୋଇଥିଲା ୩୯ ବର୍ଷ । ଯାହା ତାଙ୍କ ଫ୍ୟାନ୍ସମାନଙ୍କୁ ଖୁବ୍ ଆଶ୍ଟର୍ଯ୍ୟ କରିଥିଲା । ଗୁଲଙ୍କ ସ୍ୱାମୀ ହେଉଛନ୍ତି ଏୟାରଲାଇନ ପାଇଲଟ ଋଷି ଅଟାରୀ । ୨୦୧୧ ମାର୍ଚ୍ଚ ୧୩ ରେ ଚଣ୍ଡିଗଡର ଗୁରୁଦ୍ୱାରରେ ପଞ୍ଜାବୀ ରୀତି-ନୀତିରେ ବିବାହ କରିଥିଲେ ଗୁଲ –ଋଷି ।

ରାଜନୀତି କ୍ଷେତ୍ରରେ ମଧ୍ୟ ସେ ପାଦଥାପିଛନ୍ତି । ୨୦୧୪ ରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ଗୁଲ । ସମାଜସେବାରେ ମଧ୍ୟ ତାଙ୍କର ଅନେକ ରୁଚି ରହିଛି । ଗୁଲ କର୍ନଲ ସିଂହ ଫାଉଣ୍ଡେସନ ନାମକ ଏକ ଏନଜିଓ ପରିଚାଳନା କରନ୍ତି । ଏହି ଏନଜିଓ ସମାନତା , ଶିକ୍ଷା ଓ ପ୍ରାକୃତିକ ବିପର୍ଯ୍ୟୟରେ ବିପନ୍ନଙ୍କୁ ସହାୟତା ପାଇଁ କାମ କରେ । ଏଥି ସହିତ ସେ Wockhardt Foundation I India Against Corruption movement ମଧ୍ୟ କାମ କରିସାରିଛନ୍ତି ।