ଗୁଜରାଟ ଗଡ ଜିତିବ କିଏ ? ଦୁଇ ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ନିର୍ବାଚନ କମିଶନରଙ୍କ ଘୋଷଣା । ଡିସେମ୍ବର ୧୮ରେ ଫଳାଫଳ

53

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଅଚଲକୁମାର ଜୋତି । ଡିସେମ୍ବର ୯ ଓ ୧୪ରେ ଦୁଇଟି ପର୍ଯ୍ୟାୟରେ ଭୋଟ ହେବ । ଡିସେମ୍ବର ୯ରେ ପ୍ରଥମ ପର୍ଯ୍ୟାୟ ଓ ୧୪ରେ ୨ୟ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ୪.୩କୋଟି ଭୋଟର ତାଙ୍କ ମତଦାନ ସାବ୍ୟସ୍ତ କରିବେ । ସେହିପରି ୫୦,୧୨୮ ପୋଲିଂ ବୁଥରେ ସିସିଟିଭି ଲଗାଯିବ ବୋଲି କହିଛନ୍ତି ମୁଖ୍ୟ ମୁଖ୍ୟ ନିର୍ବାଚନ କମିଶନର । ଡିସେମ୍ବର ୧୮ରେ ଭୋଟ ଗଣତ ବିଶେଷ ହେବ । ତା ସହ ପ୍ରତ୍ୟେକ ବୁଥରେ ଭିଭିପିଏଟି ବ୍ୟବସ୍ଥା କରାଯିବ । ଆଜିଠାରୁ ଗୁଜରାଟରେ ଆଚରଣ ବିଧି ଲାଗୁହେଲା ବୋଲି ଅଚଲ କୁମାର ଜୋତି ଘୋଷଣା କରିଛନ୍ତି । ସେହିପରି ପ୍ରାର୍ଥୀମାନେ ନିର୍ବାଚନରେ କେତେ ଖର୍ଚ୍ଚ କରିବେ ସେନେଇ ଘୋଷଣା କରିଛନ୍ତି । ସର୍ବାଧିକ ଜଣେ ପ୍ରାର୍ଥୀ ୨୮ ଲକ୍ଷଟଙ୍କା ଖର୍ଚ୍ଚ କରିପାରିବେ ବୋଲି କହିଛନ୍ତି ନିର୍ବାଚନ କମିଶନର ।

୧୮୨ଆସନ ବିଶିଷ୍ଟ ଗୁଜରାଟରେ ୧୯୯୮ରୁ ବିଜେପି ଶାସନରେ ଅଛି । ଏବେ ବିୁ ତାର ଦବଦବା ରହିଥିବା ଜଣାପଡିଛି । ସେପଟେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଉପାଧ୍ୟ କ୍ଷ ରାହୁଲ ଗାନ୍ଧୀଙ୍କ ଜୋରଦାର ଟକ୍କର ଦେଖିବାକୁ ମିଳିବ । ଉଭୟ ଦଳ ବି ରାଜନୈତିକ ମୈଦାନକୁ ଓହ୍ଲାଇ ସାରିଛନ୍ତି । ଅନେକ ଆରୋପ ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳିଛି ।୧୯୮୦ ମସିହା ଠାରୁ, ସର୍ବାଧିକ ମତଦାନ ହାର ୨୦୧୨ ନିର୍ବାଚନରେ ଦେଖିବାକୁ ମିଳିଥିଲା । ସେତେବେଳେ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲା କଂଗ୍ରେସ । ବିକାଶକୁ ମୁଖ୍ୟ ପ୍ରସଙ୍ଗ କରିଥିଲା ଦଳ । ୧୮୨ ଆସନରୁ ବିଜେପି ୧୧୬ ଆସନରେ ଜିତିଥିବା ବେଳେ କଂଗ୍ରେସ ୬୦ ଆସନରେ ଜିତିଥିଲା ।

କିନ୍ତୁ ନରେନ୍ଦ୍ର ମୋଦି ଜାତୀୟ ରାଜନୀତିରେ ପାଦ ଥାପିବା ପରେ ପାଣିପାଗ ବଦଳି ଯାଇଛି । ଦେଖାଦେଇଛି ନୂଆ ସମୀକରଣ । ଆନଦିବେନ ପଟେଲ ମୁଖ୍ୟମନ୍ତ୍ରୀ ହେବା ଏବଂ ତାଙ୍କ ପରେ ମୁଖ୍ୟମନ୍ତ୍ରୀ ପଦରେ ବିଜୟ ରୂପାନୀଙ୍କୁ ସ୍ଥାନିତ କରା ଯାଇଛି । ବର୍ତମାନ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି କିଛି ଦିନ ଆଗରୁ ତୋଫାନୀ ଗସ୍ତ କରି ଁ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରି ଗୁଜୁରାଟ ବାସୀଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତ ଚେଷ୍ଟା କରିଛନ୍ତି । ସେପଟେ ପଟିଦାର ସଂପ୍ରଦାୟର ନେତାହଙ୍କୁ ବିଜେପିର ମିଶାଇବା ଓ ସେମାନେ ବିଜେପିରୁ ଇସ୍ତଫା ଦେଇ ଦଳ ନାଁରେ ସଙ୍ଗୀନ ଅଭିଯୋଗ କରିବା ବିଜେପି ପାଇଁ ମହଙ୍ଗା ହୋଇପାରେ । ପୂର୍ବରୁ ପଟିଦାର ସଂପ୍ରଦାୟ ଭୋଟ ବିଜେପି ପକେଟକୁ ଯାଉଥିବା ବେଳେ ଏଥ ର କଣ ହେଉଛି ତାହା ଭୋଟଗଣତି ପରେ ଜଣାପଡିବ ।

ସେପଟେ କଂଗ୍ରେସ ଉପଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁଜରାଟରେ ସରକାର ବଦଳାଇବା ପାଇଁ ନୂତନ ରଣନୀତି କରିଥିବା ଦେଖା ଯାଉଛି । ବିକାଶ ନାଁ ରେ ବିନାଶ କରାଯାଉଥିବା ଦର୍ଶାଇ ବିଜେପିକୁ କଠୋର ସମାଲୋଚନା କରାଇବାକୁ ପଛାଇନାହାନ୍ତି ରାହୁଲ । ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ପ୍ରଶ୍ନ କରିଛନ୍ତି । ଦୀର୍ଘ ଦିନ ଧରି ଶାସନରେ ଥିବା ବିଜେପିକୁ ବିକାଶ ପାଇଁ କେତେ ସମୟ ଦରକାର ବୋଲି ରାହୁଲ କହିଛନ୍ତି । ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣାବେଳେ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା କରାଯାଇନଥିଲା । ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ଗତକାଲି ଗୁଜରାଟ ଗସ୍ତବେଳେ ପ୍ରଧାନମନ୍ତ୍ରୀ ନିର୍ବାଚନ କମିଶନଙ୍କ ସପକ୍ଷରେ କହିଥିଲେ । ସେ କହିଥିଲେ , ମୋ ଗୁଜରାଟ ଗସ୍ତକୁ ବିରୋଧୀ ସହିପାରୁନାହାନ୍ତି । ଆଉ ମୋତେ ଆକ୍ରମଣ କରିନପାରି ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରୁଛନ୍ତି । ଗୁଜରାଟ ବିଧାନସଭାର କାଯ ୍ର୍ୟକାଳ ଜାନୁଆରୀ ୨୨ରେ ସରୁଛି ।

ସେପଟେ ଗୁଜରାଟରୁ ଆସିଛି ଚମକପ୍ରଦ ଖବର । ୩ -୩ ଥର କ୍ଷମତାକୁ ଆସିବା ପରେ ବି ଗୁଜରାଟରେ ବିଜେପିର ପ୍ରଭାବ ଜାରି ରହିଛି । ପଟିଦାର, ଦଳିଓ ଓ ଓବିସି ଆନ୍ଦୋଳନ ଓ ଜିଏସଟିକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ସତ୍ୱେ ବିଜେପି ଅପରାଜେୟ ରହିଛି । ଇଣ୍ଡିଆ ଟୁଡେ-ଆକ୍ସିସ ଓପନିଅନ ପୋଲରେ ଏହି ତଥ୍ୟ ରହିଛି । ଓପନିଅନ ପୋଲ ଅନୁସାରେ- ଗୁଜରାଟ ବିଜେପିର ଗଡ ଅତୁଟ ରହିଛି । ସର୍ଭେ ଅନୁସାରେ- ଗୁଜରାଟରେ ମୋଟ ୧୮୨ ବିଧାନସଭା ଆସନରୁ ବିଜେପିକୁ ୧୧୫ରୁ ୧୨୫ ଆସନ ମିଳିବା ସମ୍ଭାବନା ରହିଛି । ସେହିଭଳି କଂଗ୍ରେସକୁ ୫୭ରୁ ୬୫ ଆସନ ମିଳିପାରେ । ସେହିଭଳି ପ୍ରତିଶତକୁ ଦେଖିଲେ ବିଜେପିକୁ ୪୮ ପ୍ରତିଶତ ଓ କଂଗ୍ରେସକୁ ୩୮ ପ୍ରତିଶତ ଭୋଟ ମିଳିବା ସମ୍ଭାବନା ରହିଛି । ଜିଏସଟି ନେଇ ଗୁଜରାଟର ଲୋକ ବି ଖୁସ ନଥିବା ଜଣାପଡିଛି । ପଟିଦାର ଆନ୍ଦୋଳନ ସତ୍ୱେ କଂଗ୍ରେସକୁ ଫାଇଦା ମିଳୁନଥିବା ଦେଖାଯାଇଛି ।
ତେବେ ଏସବୁ ସତ୍ୱେ ଗୁଜରାଟ ବିଧାନସଭା ନିର୍ବାଚନରେ କାହାକୁ ସରକାର ଗଢିବାକୁ ସୁଯୋଗ ଦେବେ ଭୋଟଗଣତି ପରେ ସ୍ଥିତି ସ୍ପଷ୍ଟ ହୋଇଯିବ ।