ମହଙ୍ଗା ପଡିଲା ଅନଲାଇନ୍ PUBG  ଗେମ୍ ଖେଳିବା ! ତିନିଜଣଙ୍କୁ ଥାନାକୁ ଭିଡିନେଲା ପୋଲିସ୍ ।

1,024

ଗୁଜୁରାଟରେ PUBG ଗେମ୍ ଉପରେ କଟକଣା ଲାଗିଥିବା ବେଳେ ପୋଲିସ୍ ଏବେ ତିନି ଜଣ ବ୍ୟକ୍ତିଙ୍କୁ ଏହି ଗେମ୍ ଖେଳୁଥିବା ନେଇ ଗିରଫ କରିଛି । ଅଧିକାରୀଙ୍କ କହିବାନୁସାରେ ଶନିବାର ପୋଲିସ୍ ଏହି ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଖେଳ ଉପରେ ପ୍ରତିବନ୍ଧ ଲାଗିବା ପରେ ମଧ୍ୟ ଏହି ବ୍ୟକ୍ତିମାନେ ଗେମ୍ ଖେଳୁଥିବାରୁ ପୋଲିସକୁ ଏହା ଉପରେ ଶକ୍ତ ହେବାକୁ ପଡିଛି । ଏହି ଗେମ୍ ଉପରେ ପ୍ରତିବନ୍ଧକ ଲଗାଇବା କାରଣ ଏହା ଯୁବକ ଏବଂ ଛୋଟପିଲାଙ୍କୁ ହିସାଂତ୍ମକ ଦିଗ ଆଡକୁ ନେଇଯାଉଛି ।

ଅହମ୍ମଦାବାଦ ପୋଲିସଙ୍କ ସୂଚନାନୁସାରେ ମାର୍ଚ୍ଚ ୧୪ ତାରିଖରୁ ପ୍ଲେୟର୍ ଅନନୋନ୍ସ ବ୍ୟାଟଲଗ୍ରାଉଣ୍ଡ୍ ଗେମ୍ (ପବଜି) କୁ ଜିଲ୍ଲାରେ ପ୍ରତିବନ୍ଧ ଲଗାଯାଇଥିଲା । ତେବେ ଏହି ଯୁବକମାନେ ପ୍ରତିବନ୍ଧ ଲାଗିବା ପରେ ମଧ୍ୟ ଏହି ଗେମ୍ ଖେଳୁଥିବାରୁ ପୋଲିସକୁ ଯୁବକଙ୍କୁ ଗିରଫ କରିବାକୁ ପଡିଲା । ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇପିସି ଧାରା ୧୮୮ ରେ ମାମଲା ଲାଗିଥିଲେ ମଧ୍ୟ ତିନି ଜଣଙ୍କୁ ବେଲ୍ ମିଳିସାରିଛି । ତେବେ ଏହାପୂର୍ବରୁ ମଧ୍ୟ ଗୁଜୁରାଟର ରାଜକୋଟରେ ମୋବାଇଲ୍ ଗେମ୍ ପବଜି ଖେଳିବାକୁ ନେଇ ୧୦ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା । ଏହି ଅଭିଯୁକ୍ତଙ୍କ ମଧ୍ୟରେ କଲେଜ୍ ପଢୁଆ ୬ ଜଣ ଯୁବକ ଥିଲେ ।