ଛୋଟ ଓ ମଧ୍ୟମ ବର୍ଗ ବ୍ୟବସାୟୀଙ୍କୁ ଦୀପାବଳୀ ଉପହାର : ଜିଏସଟି କାଉନସିଲରେ ବଡ ନିଷ୍ପତ୍ତି

35

କନକ ବ୍ୟୁରୋ : ଦ୍ରବ୍ୟ ଏବଂ ସେବା କର ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଆଜି ଦିଲ୍ଲୀରେ ବସିଥିବା ଜିଏସଟି କାଉନସିଲ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବ୍ୟବସାୟୀଙ୍କ ରିଟର୍ନ ଫାଇଲ ପ୍ରକ୍ରିୟାକୁ ସରଳ କରାଯାଇଛି । ପ୍ରତିମାସ ବଦଳରେ ତିନି ମାସରେ ରିଟର୍ନ ଦାଖଲ କରିବାକୁ ପଡିବ । ଏହା ସହ ଦେଢକୋଟି ଯାଏଁ କାରବାର କରୁଥିବା ବ୍ୟବସାୟୀଙ୍କୁ ଏହି ରିଟର୍ନ ଭର୍ତ୍ତି କରିବାକୁ ପଡିବ । କୋଟିଏ ଟଙ୍କାର କାରବାର କରୁଥିବା ବ୍ୟବସାୟୀ ୧ ପ୍ରତିଶତ ଟିକସ ଦେବାକୁ ପଡିବ ବୋଲି କାଉନସିଲ୍ରେ ନିଷ୍ପତ୍ତିି ନିଆଯାଇଛି ।

ଅନ୍ୟପଟେ ପୂର୍ବରୁ କମ୍ପୋଜିଟ୍ ସ୍କିମର ସୀମା ୭୫ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନା କିଣିବାରେ ଏଣିକି ଆଉ ପ୍ୟାନ ଆବଶ୍ୟକ ହେବ ନାହିଁ । ରପ୍ତାନୀକାରୀ କ୍ଷେତ୍ରରେ ଟିକସ ଲାଗୁ ହେବ ନାହିଁ । ଏହା ସହ ଆସନ୍ତା ଏପ୍ରିଲ ପହିଲାରୁ ଇ-ୱାଲେଟ୍ ବ୍ୟବସ୍ଥା ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୂଚନା ଦେଇଛନ୍ତି ।