ଖସିଲା ଜିଏସଟି ଦର: ଟେଲିଭିଜନ, କମ୍ପ୍ୟୁଟର ସମେତ ଶସ୍ତା ହେଲା ଏହି ସବୁ ଜିନିଷ

2,759

ଦିଲ୍ଲୀରେ ବସିଥିବା ୩୧ ତମ ଜିଏସଟି ପରିଷଦ ବୈଠକରେ ୩୩ଟି ସାମଗ୍ରୀରେ ଜିଏସଟି ଦର ହ୍ରାସ ହେବା ନେଇ ନିଷ୍ପତି ନିଆଯାଇଛି । ଏସବୁ ସାମଗ୍ରୀର ଜିଏସଟି ହାର ୧୮ ପ୍ରତିଶତରୁ ହ୍ରାସ ପାଇ ୧୨ ଓ ୫ ପ୍ରତିଶତ ରଖାଯାଇଛି । ତେବେ ୬ଟି ସାମଗ୍ରୀକୁ ୨୮ ପ୍ରତିଶତର ସ୍ଲାବରୁ ହଟାଇ ୧୮ ପ୍ରତିଶତକୁ ଅଣାଯାଇଛି । ଏହି ବୈଠକରେ ୩୩ଟି ଆଇଟମ ଉପରେ ଜିଏସଟି ଦର ହ୍ରାସ ପାଇଛି । ଏଥିସହିତ ହିଁ ୬ଟି ଆଇଟମକୁ ୨୮ ପ୍ରତିଶତ ସ୍ଲାବରୁ ୧୮ ପ୍ରତିଶତକୁ ଅଣାଯାଇଛି । ସେହିପରି ୨୬ଟି ଆଇଟମକୁ ୧୮ ପ୍ରତିଶତ ସ୍ଲାବରୁ ୧୨ ପ୍ରତିଶତକୁ ଅଣାଯାଇଛି । ଏଠାରେ ଆମେ କହି ରଖୁଛି କି, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ପ୍ରତିଶତ ସାମଗ୍ରୀକୁ ୧୮ପ୍ରତିଶତ କିମ୍ବା ତାଠାରୁ କମ ଟିକସ ସ୍ଲାବରେ ରଖିବା ପାଇଁ ସଙ୍କେତ ଦେଇଥିଲେ । ସେହି ଅନୁସାରେ ଆଜିର ବୈଠକରେ ୩୩ଟି ସାମଗ୍ରୀରୁ ଜିଏସଟି କମାଇବା ନେଇ ନିଷ୍ପତି ହୋଇଛି ।

ତେବେ ୩୩ଟି ସାମଗ୍ରୀ ଉପରେ ଜିଏସଟି ଦର ଖସାଇ ଦିଆଯାଇଛି । ଯେଉଁଥିରେ ବିଳାଶପୂର୍ଣ୍ଣ ବସ୍ତୁ ଏବଂ ତମ୍ବାକୁ –ସିଗାରେଟକୁ ଛାଡି ଦେବା ପରେ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁଗୁଡିକୁ ୧୮ ପ୍ରତିଶତ ଜିଏସଟି ପରିସରରେ ରଖାଯାଇଛି । ତେବେ ଏହି ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁଗୁଡିକରେ  ଏଲଇଡି ଟିଭି , ଗିଅରବକ୍ସ, ରିଟ୍ରେଡେଡ୍‌ ଟାୟାର, ପାଓ୍ଵାର ବ୍ୟାଙ୍କ, ଲିଥିୟମ ଆଇରନ ବ୍ୟାଟେରୀ, କମ୍୍ୟୁଟର ମନିଟର, ୟୁପିଏସ, ଡିଜିଟାଲ କ୍ୟାମେରା, ୱାଶିଂମେସିନ ଏବଂ ପାଣି ଗରମ କରୁଥିବା ୱାଟର ହିଟର ସାମିଲ ରହିଛି ।

ଜୋତା ଉପରେ ଜିଏସଟି ହାର ୧୮ ପ୍ରତିଶତ ବଦଳରେ ୧୨ ପ୍ରତିଶତ ଲାଗୁ ହେବ । ଫ୍ରୋଜେନ ଭେଜିଟେବୁଲ ଉପରେ ଜିଏସଟି ଲାଗୁ ହେବ ନାହିଁ । ସେହିପରି ୧୦୦ ଟଙ୍କା ପର୍ଯ୍ୟନ୍ତ ସିନେମା ଟିକେଟ ଉପରେ ଟିକସ ହାର ୧୨ ପ୍ରତିଶତକୁ ହ୍ରାସ ପାଇଛି । ଏହା ଫଳରେ ସିନେମା ଟିକେଟ ଶସ୍ତା ହେବ । ସେହିପରି ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସିନେମା ଟିକେଟ ଉପରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି । ସୋଲାର ଏନର୍ଜି ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏକ ସାଧାରଣ ସଂଚୟ ଜମା ଖାତା କିମ୍ବା ଜନଧନ ଖାତା ଖୋଲିବା ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ । ଏବେ ମାତ୍ର ୨୮ଟି ବିଳାଶମୟ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେଉଛି । ଏସବୁ ଜିଏସଟି ହ୍ରାସ ଜାନୁୟାରୀ ୧ରୁ ଲାଗୁ ହେବ ।

image courtesy – m.dailyhunt.in

ତେବେ ସିମେଂଟ ଉପରୁ ଟିକସ ପରିମାଣ ହ୍ରାସ ପାଇଛି । ସିମେଂଟକୁ ୧୮ ପ୍ରତିଶତ ପରିସରରେ ରଖାଯାଇଛି । କାରଣ ସିମେଂଟ ଉପରେ ୨୮ ପ୍ରତିଶତର ଦର ହେବା ଦ୍ୱାରା କଳାବଜାରୀ ବୃଦ୍ଧି ପାଇଥିଲା । ଏଭଳି ପରିସ୍ଥିତିରେ ଦର କମ ହେବା ଦ୍ୱାରା ଏହା ପ୍ରଭାବିତ ହେବ ଏବଂ ବିକ୍ରିର ଆକଳନ ବୃଦ୍ଧି ପାଇବା ଦ୍ୱାରା ରାଜସ୍ୱ ସମାନ ରହିବାର ସରକାର ଆଶା ରଖିଛନ୍ତି ।