ଗୋଷ୍ଠୀ ସଂର୍ଘଷର କରୁଣ ପରିଣତି : ଗାଁ ଜାଳିଦେଲା ପ୍ରତିହିଂସାର ନିଆଁ!

37

କନକ ବ୍ୟୁରୋ : ନିଆଁ କରିଦେଇଛି ବେସାହାରା । ପାଉଁଶ ହୋଇଯାଇଛି ୬୦ରୁ ଅଧିକ ଘର । ସର୍ବହରା ହୋଇଯାଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବରପଲୀ ଗାଁର ୪୦ ଦଳିତ ପରିବାର । ନିଆଁର ଆଁରେ ସବୁ ଜଳି ଯିବା ପରେ ପାଉଁଶ ହୋଇଯାଇଛି କୁଆଁରୀ ଝିଅର ବିବାହ ସ୍ୱପ୍ନ ।

ସବୁ କିଛି ଜଳି ପୋଡି ପାଉଁଶ । ଖାଲି ଠିଆ ହୋଇଛି ମାଟି କାଂଥ । ମୁଣ୍ଡ ଉପରର ଚାଳ ସହ ଘର ଆସବାବ ପତ୍ର ଓ ଖାଦ୍ୟ ସାମଗ୍ରୀ ସବୁ କିଛି ଗିଳି ଦେଇଛି ନିଆଁ । ରାତିର ନିଆଁ ପୁରା ସାହିକୁ ପୋଡି ଦେବା ପରେ ଚାରିଆଡେ ଖାଲି ଅଙ୍ଗାର । ପୋଡା ଘରୁ ଆହାର ସାଉଁଟୁଛି ପୀଡିତ ପରିବାର । ଆଉ ଏହି ଦୁଃଖ ପଛରେ ରାତନୈତିକ ଗୋଷ୍ଠୀ କନ୍ଦଳର ହାତ ଥିବା ସନ୍ଦେହ କରିଛନ୍ତି ଅଗ୍ନି ବିପନ୍ନ ।

ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବରପଲ୍ଲୀ ଗାଁରେ ଗତ ଶୁକ୍ରବାର ଦିନ ବିତ୍ୟୁତ ତାର ହୁକ୍ ପକା ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ବିଜେପି ଓ ବିଜେଡ଼ି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାକୁ କେନ୍ଦ୍ର କରି ଗାଁରେ ବସିଥିବା ସଭାରେ ସମାଧାନ ପାଇଁ ନିସ୍ପତି ନିଆଯାଇଥିବା ବେଳେ ସେହି ଦିନ ରାତିରେ ହଠାତ୍ ଜଳିଉଠିଥଲା ବରପଲ୍ଲୀ ଗାଁ । ଅଗ୍ନିକାଣ୍ଡ ନେଇ ଗ୍ରାମବାସୀ ସରପଂଚଙ୍କୁ ଦାୟୀ କରିଛନ୍ତି । ଅନ୍ୟପଟେ ଗ୍ରାମବାସୀଙ୍କ ଅଭିଯୋଗକୁ ଆସ୍ୱୀକାର କରିବା ସହ ବିଜୁପକ୍କାଘର ପାଇବା ଆସାରେ ଗ୍ରାମବାସୀ ନିଜେ ନିଆଁ ଲଗାଇଥିବା ସରପଂଚ ପ୍ରକାଶ କରିଛନ୍ତି ।

ଶୁକ୍ରବାର ରାତିର ନିଆଁ ଜାଳି ଦେଇଛି ଜଣେ କୁଆଁରୀ ଝିଅର ବିବାହ ସ୍ୱପ୍ନକୁ । ଭୟାବହ ଅଗ୍ନିକାଣ୍ଡରେ ଘର ଜଳିଯିବା ସହ ସୁଦାମ ନାୟକଙ୍କ ଝିଅ ମିତାଲିଙ୍କ ବିବାହ ପାଇଁ କିଣାଯାଇଥିବା ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଦିନ କେଇଟା ପରେ ବିବାହ ହେବାକୁ ଥିବା ବେଳେ ଝିଅ ପାଇଁ ସୁନା ଗହଣା, ଆସବାବ ପତ୍ର କିଣିବା ସହ ଟଙ୍କା ରଖିଥିଲେ ସୁଦାମ । ଟଙ୍କା, ଜିନିଜପତ୍ର ସବୁ ପୋଡି ଯିବା ପରେ ବିବାହକୁ ନେଇ ଚିନ୍ତାରେ ପଡିଛନ୍ତି ମିତାଲିଙ୍କ ପରିବାର ।