ବିଶ୍ୱରେ ଏଭଳି ଅଜବ ପ୍ରକାରର କାରନାମା ଦେଖିବାକୁ ମିଳେ ଯାହାକୁ ଗ୍ରହଣ କରିବା ତ ଦୂରର କଥା ଭଲରେ ବିଶ୍ୱାସ ମଧ୍ୟ କରିହୁଏନା । ତେବେ ଏଭଳି କିଛି କମ୍ପାନୀ ମଧ୍ୟ ରହିଅଛି ଯାହାର ଅଜବ ପ୍ରକାରର ବ୍ୟବସାୟକୁ ଦେଖିଲେ ଅବାକ୍ ହେବା ଭଳି ପରିସ୍ଥିତି ଆସିଯାଏ । ତେବେ ଆଜି ଆମେ ଆପଣଙ୍କୁ ଠିକ୍ ସେହିଭଳି ଏକ କମ୍ପାନୀକୁ ନେଇ ଯାଉଛୁ ଯେ ନିଜ ବ୍ୟବସାୟ ପାଇଁ ଖୁବ୍ ପରିଚିତ ।
ଭିଏତନାମାରେ ଅବସ୍ଥିତ ଲାଭିସ୍ ୱେଡିଙ୍ଗ୍ ନାମକ ଏହି କମ୍ପାନୀ ବିବାହ କରିବା ନିମିତ୍ତ ବର, ବରଯାତ୍ରୀ ଏବଂ ଅତିଥିକୁ ଭଡାରେ ଦେଉଥିବା କଥା ଶୁଣିବାକୁ ମିଳିଛି । ତେବେ ଅସଲ କଥା ହେଉଛି ସେଠାକାର ଅଧିକାଂଶ ଯୁବତୀ ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଆନ୍ତି । ଯାହାଦ୍ୱାରା ସେମାନଙ୍କୁ ସମାଜରେ ଲୋକଲଜ୍ଜାର ଭୟ ଆସିଯାଏ । ଏହିଭଳି ସଙ୍କଟଜନକ ପରିସ୍ଥିତିରୁ ଏହି ଯୁବତୀମାନଙ୍କୁ ମୁକୁଳାଇବା ପାଇଁ ଦେଖାଣିଆ ବିବାହ କରିବା ପାଇଁ ଏହି କମ୍ପାନୀ ସୁବିଧା ଯୋଗାଇଦିଏ । ଏହି ବିବାହ କେବଳ କିଛି ସମୟର ଖେଳ ଭଳି ଚାଲେ । ଯେହେତୁ ଭିଏତନାମାରେ ଗର୍ଭପାତ କରାଇବା ଏକପ୍ରକାର ଅପରାଧ ତେଣୁ ଯୁବତୀମାନେ ମଧ୍ୟ ଏଭଳି ବିବାହ କରିବାକୁ ଆଗେଇ ଆସନ୍ତି । ବିବାହ ଶେଷ ହେବା ପରେ ବର ଏବଂ ଅତିଥିଙ୍କ ସହ ଯୁବତୀର କୌଣସି ସଂପର୍କ ରହେନାହିଁ । କିଛି ଦିନ ଗଲାପରେ ଛାଡପତ୍ର ହେବାର ବାହାନା କରି ଯୁବତୀ ଜଣକ ଶିଶୁକୁ ଜନ୍ମ ଦେଇଥାନ୍ତି । ତେବେ ଏହି କମ୍ପାନୀ ଏହିଭଳି ଯୁବତୀ ମାନଙ୍କ ପାଇଁ ଖୁବ୍ ସହାୟକ ହେଉଛି ଯେଉଁଥିପାଇଁ କମ୍ପାନୀ ମୋଟାଅଙ୍କର ଟଙ୍କା ମଧ୍ୟ ନେଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/06/bc5ede9c-1add-11e8-98c0-31c951fae3be.jpg)
/kanak/media/post_attachments/wp-content/uploads/2018/06/baraat-300x200.jpg)