ଗ୍ରୀନ୍ ମଟର ଶରୀରକୁ ଦେଇଥାଏ ଅନେକ ଫାଇଦା ! ରୋଗରୁ କରିଥାଏ ରକ୍ଷା, ଜାଣନ୍ତୁ ଏହାକୁ ଖାଇବାର ପ୍ରକୃତ ପ୍ରକ୍ରିୟା ।

51

ଅନେକ ଲୋକ ଖାଦ୍ୟରେ ମଟରର ପ୍ରୟୋଗ କରିବାକୁ ଭଲ ପାଆନ୍ତି।  କାରଣ ସେହି  ଲୋକ ମାନେ କହନ୍ତି ଯେ ଗ୍ରିନ୍ ମଟର  କେବଳ  ଖାଦ୍ୟକୁ ସ୍ୱାଦିଷ୍ଟ  କରିବା ପାଇଁ ଉଦ୍ଦିଷ୍ଟ  । ଯଦି ଆପଣ  ଏଭଳି  ଭାବୁଥାଆନ୍ତି, ତେବେ ମନେ ରଖନ୍ତୁ, ତାହା ଠିକ୍ ନୁହେଁ ।  କାରଣ  ମଟରରେ  ଭିଟାମିନ୍ ଓ ମିନେରାଲ୍   ପ୍ରଚୁର ପରିମାଣରେ  ରହିଛି ।  ତା’ଛଡ଼ା  ଏହା  ତ୍ୱଚାରେ  ଉଜ୍ଜ୍ୱଳତା  ଆଣିବା ଲାଗି  ମଧ୍ୟ  ଉଦ୍ଦିଷ୍ଟ ।

ଗ୍ରିନ୍ ମଟରରେ ପ୍ରଚୁର ପରିମାଣରେ  ପ୍ରୋଟିନ୍ ଓ ଫାଇବର  ଥାଏ ।  ଏଥିରେ  ଆଇରନ୍  ,ଜିଙ୍କ୍,  ମାଙ୍ଗାନିଜ୍, ଓ କପର   ଅଛି ।  ଯାହା  ଶରୀରକୁ  ବିଭିନ୍ନ  ରୋଗରୁ ରକ୍ଷା କରିଥାଏ ।  ଏତଦ୍ବ୍ୟତୀତ ଏଥିରେ ଆଣ୍ଟି  ଅକ୍ସିଡେଣ୍ଟ ମଧ୍ୟ ମିଳିଥାଏ, ଯାହା  ରୋଗ ପ୍ରତିରୋଧକ  କ୍ଷମତା ବୃଦ୍ଧି କରିବାରେ ସହାୟକ  ହୋଇଥାଏ ।

ଖାଲି ସେତିକି ନୁହେଁ ମଟର  ଶରୀରରେ ସୁଗାରର ମାତ୍ରାକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ନିୟମିତ ମଟର ଖାଇଲେ  ମଧୁମେହ ରୋଗର ଆଶଙ୍କା କମ୍  ହୋଇଥାଏ । ତା’ଛଡା  ଏହା  ହାଡ଼କୁ ମଜଭୁତ୍ ମଧ୍ୟ କରିଥାଏ । ମନେ ରଖନ୍ତୁ  ମଟରର ଚୋପା ଛଡାଇ  ତାକୁ ଖାଇଲେ ଏସବୁ ଉପକାର ମିଳେ । ତା’କୁ ରାନ୍ଧି  ଖାଇଲେ ସେଭଳି  ଉପକାର ମିଳି ନ ଥାଏ ।