ପୁଲୱାମା ଆକ୍ରମଣକୁ ନେଇ ମୋଦି ସରକାରଙ୍କ ବଡ ନିଷ୍ପତ୍ତି ! ୫ ହୁରିୟତ୍ ନେତାଙ୍କ ସୁରକ୍ଷା ବ୍ୟବସ୍ଥା କଲେ ପ୍ରତ୍ୟାହୃତ ।

1,818

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ତରଫରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଜମ୍ମୁ-କାଶ୍ମୀରର ୫ ଜଣ ହୁରିୟତ୍ ନେତାଙ୍କ ସୁରକ୍ଷାକୁ ସରକାର ଉଠାଇ ନେଇଛନ୍ତିି । ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି ଅର୍ଥାତ୍ ସିସିଏସ୍ ବୈଠକରେ ଏହି ୫ ହୁରିୟତ୍ ନେତାଙ୍କ ସୁରକ୍ଷାକୁ ଉଠାଇ ନିଆଯାଇଛି । ସୂତ୍ର ଅନୁସାରେ ଆଜି ସନ୍ଧ୍ୟା ସୁଦ୍ଧା କଶ୍ମୀରୀ ଅଲଗାବବାଦିଓଁରୁ ସରକାରୀ ଗାଡି ଏବଂ ସୁରକ୍ଷା ବଳୟକୁ ଉଠାଇ ନିଆଯିବ । ଯେଉଁ ନେତାମାନେ ସରକାରୀ ସୁବିଧା ନେଇ ବସିଛନ୍ତି ସେମାନଙ୍କ ଉପରୁ ସମ୍ପୁର୍ଣ୍ଣ ସୁରକ୍ଷାକୁ ଉଠାଇନେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହି ନେତାମାନଙ୍କ ମଧ୍ୟରେ ମିଖାୟଜ୍ ଉମର୍ ଫାରୁଖ୍ ,ଅବଦୁଲ୍ ଗନ୍ନି ଭଟ୍ଟ,ବିଲାଲ୍ ଲୋନ,ହାସିମ୍ କ୍ୟୁରେଶୀ ଏବଂ ସବ୍ୱୀର ଶାହଙ୍କ ନାଁ ସାମିଲ ରହିଛି । ଗୃହମନ୍ତ୍ରୀ ରାଜନାଥ୍ ସିଂହ କହିଥିଲେ ଯେ ପାକିସ୍ତାନ ଏବଂ ଆଇଏସଆଇରୁ ଆର୍ଥୀକ ସ୍ତରରେ ସାହାଯ୍ୟ ନେଉଥିବା ନେତାଙ୍କ ଉପରେ ସରକାରୀ ସ୍ତରରେ ସୁରକ୍ଷା ପାଇଁ ବିଚାର କରାଯିବ । ଆପଣଙ୍କୁ କହିରଖୁଛୁ ଯେ ଘାଟିରେ ଭାରତ ବିପକ୍ଷରେ ମିଛ ପ୍ରଚାର କରିବା ଏବଂ ଏହି ନିଆଁକୁ ଧୂଆଁ ଦେଲା ଭଳି ଅଲଗାବବାଦୀ ନେତାଙ୍କ ସୁରକ୍ଷା ଉପରେ ସରକାର ବାର୍ଷିକ ୧୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଜଣେ ଅଲଗାବବାଦୀ ନେତାଙ୍କୁ ୨୦ ରୁ ୨୫ ସୁରକ୍ଷାକର୍ମୀ ଦିନରାତି ସୁରକ୍ଷା ଯୋଗାଇଥାନ୍ତି । ୨୦୧୫ ମସିହା ଏପ୍ରେଲ ୧ ତାରିଖରେ ରାଜ୍ୟ ସରକାର ବିଧାନସଭାରେ ଏକ ରିପୋର୍ଟ ଉପସ୍ଥାପନା କରି କହିଥିଲେ ଯେ ଅଲଗାବବାଦୀ ନେତାଙ୍କ ସମେତ ପ୍ରଦେଶର ମୋଟ ୧,୪୭୨ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ସୁରକ୍ଷାରେ ୫୦୬.୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ହୁରିୟତ୍ ନେତା ବଟ୍ଟର ସୁରକ୍ଷା ଉପରେ ଏକ ଦଶନ୍ଧୀ ଧରି ଅଢେଇକୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଅବ୍ୱାସ୍ ଅନ୍ସାରୀ ଉପରେ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବିଧାନସଭାରେ ଉପସ୍ଥାପିତ ହୋଇଥିବା ରିପୋର୍ଟ ଅନୁସାରେ ଶ୍ରୀନଗରରେ ସବୁଠାରୁ ଅଧିକ ୮୦୪ ରାଜନୈତିକ କାର୍ଯ୍ୟକର୍ତ୍ତା ଅଛନ୍ତି । ଯେଉଁଥିରେ ଜମ୍ମୁରେ ୬୩୭ ଏବଂ ଲଦାଖରେ ୩୧ ନେତା ରହିଛନ୍ତି । ସୂତ୍ର ଅନୁସାରେ , ୪୪୦ ରାଜନୈତିକ କାର୍ଯ୍ୟକର୍ତ୍ତାରୁ ୨୯୪ ଅଣରକ୍ଷିତ କାର୍ଯ୍ୟକର୍ତ୍ତା ସାମିଲ ରହିଛନ୍ତି ଯାହାଙ୍କୁ ହୋଟେଲ୍ ର ସୁବିଧା ମଧ୍ୟ ଦିଆଯାଇଛି ।