ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ । ଗରିବ ଉଚ୍ଚବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ଲୋକସଭାରେ ଆଗତ ହେଲା ବିଲ

191

କନକ ବ୍ୟୁରୋ: ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ପାଇଁ ଲୋକସଭାରେ ଆଜି ସମ୍ବିଧାନ ସଂଶୋଧନ ବିଲ ଉପସ୍ଥାପିତ କରିଛନ୍ତି ସରକାର । କେନ୍ଦ୍ରମନ୍ତ୍ରୀ ଥାବରଚନ୍ଦ୍ର ଗେହଲଟ ଗୃହରେ ଏହି ବିଲ ଉପସ୍ଥାପିତ କରିଥିଲେ । ଏହା ଉପରେ ଗୃହରେ ଆଲୋଚନା ହେବ । ଆଲୋଚନା ସମୟରେ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ବିଜେପି ଓ କଂଗ୍ରେସ ହ୍ୱିପ ଜାରି କରିଛନ୍ତି । ପାର୍ଲାମେଂଟ ଅଧିବେଶନର ଆଜି ଶେଷଦିନ ହୋଇଥିବାରୁ ସମ୍ବିଧାନ ସଂଶୋଧନ ବିଧେୟକକୁ ପାଶ କରିବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ ।

ମିଳିଥିବା ଖବର ଅନୁସାରେ, ବିଲକୁ ପାଶ କରିବା ଲାଗି ସରକାର ପାର୍ଲାମେଂଟ ଅଧିବେଶନକୁ ବଢାଇବା ପାଇଁ ଚିନ୍ତା କରୁଛନ୍ତି । ସମ୍ବିଧାନ ସଂଶୋଧନକୁ ଲାଗୁ କରିବାକୁ ହେଲେ ବିଧେୟକକୁ ଲୋକସଭା ଓ ରାଜ୍ୟସଭାରେ ପାଶ କରିବାକୁ ପଡିବ । ଲୋକସଭାରେ ଏନଡିଏ ପାଖରେ ବହୁମତ ଥିଲେ ବି ରାଜ୍ୟସଭାରେ ସରକାର ଅଗ୍ନିରୀକ୍ଷାର ସମ୍ମୁଖୀନ ହେବେ ।

ସାଧାରଣ ନିର୍ବାଚନ ପୂୃର୍ବରୁ ଗତକାଲି ମୋଦି ସରକାର ବଡ ମାଷ୍ଟରଷ୍ଟ୍ରୋକ ଖେଳିଥିଲେ । ଅର୍ଥନୈତକ ଅନଗ୍ରସର ଆଧାରରେ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତି ନେଇଥଲା କେନ୍ଦ୍ର କ୍ୟାବିନେଟ୍ । ଏହି ନିଷ୍ପତିକୁ କଂଗ୍ରେସ , ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ସମର୍ଥନ କରିଛନ୍ତି ।