ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି କିମ୍ବା ବ୍ୟବସାୟକୁ ବଢାଇବାକୁ ଇଚ୍ଛା ରଖିଛନ୍ତି ତେବେ ସରକାର ଆପଣଙ୍କ ପ୍ରତି ପଦକ୍ଷେପରେ ଆପଣଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ରହିଛନ୍ତି । ସରକାର ଭିନ୍ନ ଭିନ୍ନ ସ୍କୀମ୍ ମାଧ୍ୟମରେ ୨ କୋଟି ଟଙ୍କାର ସବସିଡି ପ୍ରଦାନ କରୁଛନ୍ତି । ଏହାର ଅର୍ଥ ଆପଣଙ୍କୁ ଏହି ଟଙ୍କା ଫେରସ୍ତ ଦେବାକୁ ମଧ୍ୟ ପଡିବ ନାହିଁ । ସରକାରଙ୍କ ଏହି ସ୍କୀମ୍ ବିଷୟରେ ବ୍ୟାପକ ପ୍ରଚାର ଏବଂ ପ୍ରସାର ଅଭାବରୁ ଅଧିକ ଲୋକ ଏହି ସ୍କୀମର ଫାଇଦା ଉଠାଇପାରନ୍ତି ନାହିଁ । ଏହି କାରଣରୁ ଅନେକ ବ୍ୟବସାୟ ଆରମ୍ଭ ହୋଇ ପାରୁନାହିଁ । ସରକାର ବ୍ୟବସାୟକୁ ସରଳ କରିବା ପାଇଁ କେତେକ ଯୋଜନା ଆରମ୍ଭ କରିଛନ୍ତି । ଏହାର ପ୍ରଚାର ପାଇଁ ସରକାର ସୋସିଆଲ୍ ମିଡିଆ ସମେତ ଅନ୍ୟ କିଛି ଉପାୟ ଆପଣାଇଛନ୍ତି । ଆଜି ଆମେ ଆପଣଙ୍କୁ ସରକାରଙ୍କ ଅଲଗା ଅଲଗା ସ୍କୀମ୍ ବିଷୟରେ କହିବାକୁ ଯାଉଛୁ ।

Advertisment

publive-image

ଜାଣନ୍ତୁ କେଉଁ ବ୍ୟବସାୟରେ ମିଳିବ ୨ କୋଟି ଟଙ୍କାର ସବସିଡି : 

ଯଦି ଆପଣ ଫୁଟୱେୟାର ,ଫୁଟୱେୟାର୍ କାନପୋନେଟ୍ ଏବଂ ଲେଦର୍ ପ୍ରଡକ୍ଟର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି କିମ୍ବା ଏହି ବ୍ୟବସାୟକୁ ବଢାଇବାକୁ ଚାହୁଁଥିଲେ ସରକାର ପ୍ଲାଣ୍ଟ ଆଣ୍ଡ ମଶୀନରିର କଷ୍ଟ୍ ର ୩୦ ପ୍ରତିଶତ ଇନଭେଷ୍ଟମେଣ୍ଟ ଗ୍ରାଣ୍ଟ ଦେଉଛନ୍ତି । ଯଦି ଆପଣଙ୍କ ୟୁନିଟ୍ ଏସଏସଇ (ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରୀ) ମଧ୍ୟରେ ଆସୁନାହିଁ ତେବେ ଆପଣଙ୍କୁ ୨୦ ପ୍ରତିଶତ ଗ୍ରାଣ୍ଟ୍ ମିଳିବ । କିନ୍ତୁ ଏହି ଗ୍ରାଣ୍ଟ୍ ର ମାକ୍ସିମମ୍ ଲିମିଟ୍ ୫୦ ଲକ୍ଷ ଟଙ୍କା (ଏସଏସଆଇ) ଏବଂ ୨ କୋଟି ଟଙ୍କା (ନନ୍ ଏସଏସଆଇ) ଅଟେ । ତେବେ ଏହି ସ୍କୀମ୍ ବିଷୟରେ ଅଧିକ ଜାଣିବା ପାଇଁ ଆପଣ ଏହି ଲିଙ୍କକୁ ଯାଆନ୍ତୁ ।

http://http://smallb.sidbi.in/sites/default/files/knowledge_base/idls_guidelines_plan.pdf

publive-image

ଫୁଡ୍ ପ୍ରୋସେସିଙ୍ଗ୍ ଇଣ୍ଡଷ୍ଟ୍ରୀ ପାଇଁ ପାଆନ୍ତୁ ୭୫ ଲକ୍ଷର ସବସିଡି : 

ଫୁଡ୍ ପ୍ରୋସେସିଙ୍ଗ୍ ବ୍ୟବସାୟର ଚାହିଦା ଅଧିକ ରହିଛି । ଆପଣ ଯଦି ଏହି ବ୍ୟବସାୟ ଆରମ୍ଭ କରୁଛନ୍ତି କିମ୍ବା ଏହା ସହ ଜଡିତ ଅଛନ୍ତି ତେବେ ସିଡକୀ ଟେକ୍ନୋଲଜି ବ୍ୟବହାର କରି ଆପଣ ମଧ୍ୟ ଏହି ବ୍ୟବସାୟ ଆରମ୍ଭ କରି ସବସିଡିର ଫାଇଦା ଉଠାଇପାରିବେ । ଏହି ସ୍କୀମ୍ ଜରିଆରେ ଫୁଡ୍  ଇଣ୍ଡଷ୍ଟ୍ରୀର ସବୁ ସେଗମେଣ୍ଟ ଯେଭଳି ଫଳ ଏବଂ ପରିବା, କ୍ଷୀର ଜାତୀୟ ପ୍ରଡକ୍ଟ, ମାଂସ, ତୈଳ ଜାତୀୟ ପ୍ରଡକ୍ଟ, ହର୍ଟିକଲଚରାଲ୍ ପ୍ରଡକ୍ଟ ଆସିଥାଏ । ଏଥିରେ ପ୍ଲାଣ୍ଟ ଏବଂ ମଶିନରୀରେ ହେଉଥିବା ମୋଟ ଖର୍ଚ୍ଚର ଅଧା ଅର୍ଥାତ୍ ୨୫ ପ୍ରତିଶତ ସବସିଡି ଦିଆଯାଏ । ଯାହା ୫୦ ଲକ୍ଷ ଟଙ୍କା ହୋଇଥାଏ । କିନ୍ତୁ ଯଦି ଆପଣ କେଉଁ ସ୍ୱତନ୍ତ୍ର ଜୋନରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ୭୫ ଲକ୍ଷ ଟଙ୍କା ସବସିଡି ଦିଆଯାଏ । ଏହି ସ୍କୀମ୍ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କକୁ ଯାଆନ୍ତୁ ।

https://www.sbp.co.in/sme/SCHEME_FOR_TECHNOLOGY_UPGRADATION-MODERNIZATION-ESTABLISHMENT_OF_FOOD_PROCESSING_INDUSTRIES.pdf

publive-image

ଟେକ୍ସଟାଇଲ୍ ବ୍ୟବସାୟ ପାଇଁ ସବସିଡି :

ମିନିଷ୍ଟ୍ରୀ ଅଫ୍ ଟେକ୍ସଟାଇଲ୍ ଦ୍ୱାରା ମଧ୍ୟ ଟେକ୍ସଟାଇଲ୍ ବ୍ୟବସାୟ କରିବା ଭଳି ଉଦ୍ୟୋଗୀଙ୍କୁ ସବସିଡି ଦିଆଯାଏ । ଏହାକୁ ଟେକ୍ନୋଲଜି ଅପଗ୍ରେଡେସନ୍ ଫଣ୍ଡ ସ୍କୀମ୍ ଜରିଆରେ ୧୫ ପ୍ରତିଶତ କ୍ରେଡିଟ୍ ଲିଙ୍କ୍ ସବସିଡି ଦିଆଯାଏ । ଆଇଡିବିଆଇ,ସିଡବୀ ଏବଂ ଆଇଏଫସିଆଇକୁ ନୋଡାଲ୍ ଏଜେନ୍ସି ନିଯୁକ୍ତ କରାଯାଇଛି । ତେବେ ଏହି ସ୍କୀମର ବିସ୍ତୃତ ବିବରଣୀ ପାଇଁ ଏହି ଲିଙ୍କକୁ ଯାଆନ୍ତୁ । http://http://sidbi.in/Technology_Upgradation_Fund_Scheme_for_the_Textile_Industries_TUFS.ph