୫-ଟି ବ୍ୟବସ୍ଥା ସଂପ୍ରସାରିତ କରିବାକୁ ସବୁ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କ ସାଧାରଣ ପ୍ରଶାସନ ବିଭାଗର ଚିଠି ।

516

କନକ ବ୍ୟୁରୋ : ଓଡ଼ିଶା ସରକାରଙ୍କ ପକ୍ଷରୁ ୫-ଟି ଚାର୍ଟର ଓ ମୋ ସରକାର ପଦକ୍ଷେପକୁ ଅନ୍ୟ ବିଭାଗମାନଙ୍କୁ ସଂପ୍ରସାରିତ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗୀୟ ସଚିବ, ଆରଡିସି ଓ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖି ଏହି ନିର୍ଦ୍ଦେଶ ଦିଆଯାଇଛି ।

ଏହି ପତ୍ରରେ କୁହାଯାଇଛି ଯେ ପ୍ରଥମେ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ବିଭାଗରେ ଆରମ୍ଭ ହୋଇଥିବା ୫-ଟି ଓ ମୋ ସରକାର ବ୍ୟବସ୍ଥା ପରବର୍ତ୍ତି ସମୟରେ ଅନ୍ୟ ବିଭାଗମାନଙ୍କୁ ସଂପ୍ରସାରଣ କରାଯିବ । ଏହାସହିତ ୫-ଟିକୁ ଲାଗୁ କରିବା ଅନୁସାରେ ସରକାରୀ କର୍ମଚାରୀମାନଙ୍କର ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ହେବ । ସରକାରଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ବେଳ ୫-ଟି ଲାଗୁ ଲାଗି ୨୦ ପ୍ରତିଶତ ମାର୍କ ପ୍ରଦାନ କରାଯିବ । ଏହି ୨୦ ପ୍ରତିଶତ ମଧ୍ୟରୁ ମୋ ସରକାର ପଦକ୍ଷେପକୁ ଲାଗୁ କରିବା ପାଇଁ ୫ ପ୍ରତିଶତ ମାର୍କ ପ୍ରଦାନ କରାଯିବ । ବାର୍ଷିକ ପ୍ରଦର୍ଶନ ଆଧାରରେ ମାର୍କ ଦିଆଯିବ । ଏପରିକି ଏହି ମାର୍କ ଆଧାରରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମପାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।