ରିଜର୍ଭ ବ୍ୟାଙ୍କର ଶୀର୍ଷ ସ୍ଥାନରେ ୨ ଓଡିଆ । ଡେପୁଟି ଗଭର୍ଣ୍ଣର ଭାବେ ମାଇକେଲ ପାତ୍ରଙ୍କୁ ନିଯୁକ୍ତି

ପୂର୍ବରୁ ଗଭର୍ଣ୍ଣର ଦାୟିତ୍ୱରେ ଅଛନ୍ତି ଶକ୍ତିକାନ୍ତ ଦାସ

486

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କର ଶୀର୍ଷ ସ୍ତରରେ ଦୁଇ ଓଡିଆ ଅଧିକାରୀ । ପୂର୍ବରୁ ଗଭର୍ଣ୍ଣର ଭାବେ ଶକ୍ତିକାନ୍ତ ଦାସ ଦାୟିତ୍ୱ ତୁଲାଉଥିବାବେଳେ ଏବେ ମାଇକେଲ ପାତ୍ରଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ମିଳିଛି ନିଯୁକ୍ତି । ସେ ତିନି ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ । ଚତୁର୍ଥ ଡେପୁଟୀ ଗଭର୍ଣ୍ଣର ଭାବେ ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ମାଇକେଲଙ୍କୁ ଏହି ପଦରେ ନିଯୁକ୍ତି ମିଳିଛି ।

ଆଚାର୍ଯ୍ୟ ପଦ ଛାଡିବା ପରେ ଗତ ବର୍ଷ ଜୁଲାଇ ୨୩ ତାରିଖରୁ ଏହା ଫାଙ୍କା ପଡିଥିଲା । ମାଇକେଲ ୧୯୮୫ ମସିହାରେ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ । ସେ ସେଂଟ୍ରାଲ ବ୍ୟାଙ୍କର ମନିଟାରୀ ପଲିସି ଡିଭିଜନର ଅତିରିକ୍ତ ଦାୟିତ୍ୱରେ ଥିଲେ । ପାତ୍ର ଅର୍ଥନୀତିରେ ଡକ୍ଟରେଟ କରିଛନ୍ତି ।

ସାଧାରଣ ଭା‌ବେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦ ଲାଗି ବାହାରୁ ଜଣେ ପ୍ରତିଷ୍ଠିତ ଅର୍ଥନୀତିଜ୍ଞଙ୍କୁ ଅଣା ଯାଇଥାଏ। ବିରଳ ଆଚାର୍ଯ୍ୟଙ୍କ ପୂର୍ବରୁ ଏହି ପଦବୀରେ ଉର୍ଜ୍ଜିତ ପଟେଲ୍ ନିଯୁକ୍ତି ପାଇଥିଲେ। ପରେ ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇଥିଲେ। ଉଲ୍ଲେଖଯୋଗ୍ୟ, ମାଇକେଲ୍ ପାତ୍ର ବ୍ୟାଙ୍କର ଅଧିକାରୀ ହୋଇ ଏହି ପଦବୀରେ ନିଯୁକ୍ତି ଲାଗି ଯୋଗ୍ୟ ହୋଇଛନ୍ତି।