ଟଙ୍କା ଲୋଭରେ ବିଜ୍ଞାପନ କରି ଫସିଲେ ଏହି ଦୁଇ ବଲିଉଡ୍ ଅଭିନେତା । ଗ୍ରାହକ ଲଗାଇଲେ ୨୦ ହଜାର ଟଙ୍କାର ଜରିମାନା

2,005

ବସ୍ତୁର ଚାହିଦା ଓ ଅଧିକ ବିକ୍ରି ପାଇଁ କମ୍ପାନୀ ମାନେ ବିଜ୍ଞାପନ କରନ୍ତି ଏବଂ ଏହି ବିଜ୍ଞାପନ ପାଇଁ ବଡ ବଡ ସେଲିବ୍ରିଟିଙ୍କୁ ମୋଟାଅଙ୍କର ଟଙ୍କା ଦେଇ ବିଜ୍ଞାପନ କରନ୍ତି । ସେହିପରି କିଛିଦିନ ତଳେ ବଲିଉଡର ନାମିଦାମୀ କଳାକାର ଗୋବିନ୍ଦା ଓ ଜ୍ୟାକି ଶ୍ରଫ୍ ହର୍ବାଲ ତେଲର ବିଜ୍ଞାପନ କରିଥିଲେ । ତେବେ ବର୍ତ୍ତମାନ ଉତ୍ତର ପ୍ରଦେଶ ମୁଜାଫରନଗରର ଏକ ଉପଭୋକ୍ତା ଅଭିଯୋଗ ଆଣି ୨୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । ଏହା ସହ ତେଲ ପ୍ରସ୍ତୁତ କମ୍ପାନୀ ଉପରେ ମଧ୍ୟ ଜରିମାନା ଲଗାଇଛନ୍ତି ।

ସୂଚନା ଅନୁସାରେ, ଏକ ଯୁବକ ୫ ବର୍ଷ ତଳେ ହର୍ବାଲ ତେଲ ଉପରେ ଏହିପରି ଅଭିଯୋଗ ଆଣିଥିଲେ ଏବଂ ବିଜ୍ଞାପନରେ କହିବା ଅନୁସାରେ ୧୫ ଦିନ ମଧ୍ୟରେ ଏଥିରୁ କୌଣସି ଲାଭ ମିଳିନଥିଲା । ଜୁଲାଇ ୨୦୧୨ ମସିହାରେ ଖବର କାଗଜରେ ବିଜ୍ଞାପନ ଦେଖିବାପରେ ଏହି ତେଲ ତାଙ୍କ ୭୦ ବର୍ଷୀୟ ପିତା ବୃଜଭୁଷଣ ଅଗ୍ରୱାଲଙ୍କ ପାଇଁ ୩୬୦୦ ଟଙ୍କା ଦେଇ ମଗାଇଥିଲେ । ବିଜ୍ଞାପନରେ ଅନୂସାରେ ତେଲ ଲଗାଇବାର ୧୫ ଦିନ ଭିତରେ ସୁଫଳ ନ ମିଳିଲେ ଗ୍ରାହକ ଟଙ୍କା ଫେରସ୍ତ ପାଇବେ । ତେଣୁ ଗ୍ରାହକ ଜଣକ ପଇସା ଫେରସ୍ତ ନପାଇବାରୁ ଅଭିଯାଗ କରିଥିଲେ । ବର୍ତ୍ତମାନ ଅଭିଯୋଗ ଆଣିଥିବା ବ୍ୟକ୍ତି କହିଛନ୍ତି, ଗୋବିନ୍ଦା ଏବଂ ଜ୍ୟାକିଙ୍କ ଭଳି ଏତେ ବଡ ସେଲିବ୍ରିଟି ଏହାର ବିଜ୍ଞାପନ କରୁଥିବା ହେତୁ ସେ ବିଶ୍ୱାସର ସହ କିଣିଥିଲେ ହେଲେ ଏହା କୌଣସି ଉପକାରରେ ଆସିଲା ନାହିଁ ।