ସାଧାରଣ ଲୋକଙ୍କ ସହ ଯୋଡି ହେବାକୁ ରାଜ୍ୟପାଳଙ୍କ ଭିନ୍ନ ପ୍ରୟାସ ! ଫେସବୁକ ଓ ଟ୍ୱିଟରରେ ଏଣ୍ଟ୍ରି ମାରିଲେ ପ୍ରଫେସର ଗଣେଶୀ ଲାଲ

104

କନକ ବ୍ୟୁରୋ : ନୂଆବର୍ଷରେ ନୂଆ ଆରମ୍ଭ । ଇଂରାଜୀ ନୂଆ ବର୍ଷ ୨୦୧୯ ଆରମ୍ଭରୁ ସୋସିଆଲ ମିଡିଆରେ ଏଣ୍ଟ୍ରି ମାରିଛନ୍ତି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଉଭୟ ଫେସବୁକ ଓ ଟ୍ୱିଟର ଭଳି ସୋସିଆଲ ମିଡିଆ ସହ ଯୋଡି ହୋଇଛନ୍ତି ରାଜ୍ୟପାଳ । ଖାସକରି ସୋସିଆଲ ମିଡିଆରେ ସାଧାରଣ ଲୋକଙ୍କ ସହ ଯୋଡି ହେବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ପ୍ରଫେସର ଗଣେଶୀ ଲାଲ ।


ଟ୍ୱିଟରରେ @GovernorOdisha ଏବଂ ଫେସବୁକ GovernorOdisha ମାଧ୍ୟମରେ ରାଜ୍ୟପାଳ ଜନତାଙ୍କ ସହ ଯୋଡିହେବେ । ଖାସକରି ରାଜ୍ୟପାଳଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରସଙ୍ଗରେ ସୂଚନା ଏହା ମାଧ୍ୟମରେ ମିଳିପାରିବ । ଅଧିକରୁ ଅଧିକ ଲୋକେ ଏହି ଦୁଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ରାଜ୍ୟପାଳଙ୍କ ସହ ଯୋଡି ହେବାକୁ ରାଜଭବନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଅନୁରୋଧ କରାଯାଇଛି ।