ବଦଳିଯିବ ଶ୍ରୀକ୍ଷେତ୍ରର ଚେହେରା । ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ ହେବ ଜଗନ୍ନାଥଧାମ, ଖର୍ଚ୍ଚ ହେବ ୫ ହଜାର କୋଟି । ଭାଙ୍ଗିବ ଉଠା ଦୋକାନ, ନିର୍ମାଣ ହେବ ରାଜ୍ୟର ବଡ ମାର୍କେଟ କଂପ୍ଲେକ୍ସ ।

722

କନକ ବ୍ୟୁରୋ : ବଦଳିବ ଶ୍ରୀକ୍ଷେତ୍ରର ଚିତ୍ର । ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ ହେବ ପୁରୀ । ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଠିଆ କରିବାକୁ ଦୀର୍ଘମିଆଦି ରୋଡ ମ୍ୟାପ ସହ ଏକ ବଡ ଖସଡା ପ୍ରସ୍ତୁତ କରୁଛନ୍ତି ସରକାର । ଏଥିପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ଅଟକଳ କରିବାକୁ ଯୋଜନା କରିଛନ୍ତି ସରକାର । ଶ୍ରୀମନ୍ଦିରକୁ ବିଶ୍ୱ ପ୍ରସିଦ୍ଧ କରିବା ପାଇଁ ୨ ବର୍ଷିଆ ଟାର୍ଗେଟ୍ ରଖିଛନ୍ତି ସରକାର ।

ଏଥର ଝଲସିବ ଶ୍ରୀକ୍ଷେତ୍ର । ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ ହେବ ପୁରୀ । ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଠିଆ ହେବ ଜଗନ୍ନାଥଧାମ । ଏନେଇ ଏକ ଦୀର୍ଘମିଆଦି ରୋଡ ମ୍ୟାପ ସହ ଏକ ବଡ ଖସଡା ପ୍ରସ୍ତୁତ କରୁଛନ୍ତି ସରକାର । ଏଥିପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ଅଟକଳ କରିବେ ସରକାର । ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବେ ସରକାର । ଏନେଇ ଖୁବଶ୍ରୀଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିପାରନ୍ତି ।

ମିଳିଥିବା ସୂଚନା ଅନୁସାରେ ଶ୍ରୀମନ୍ଦିରକୁ ବିଶ୍ୱ ପ୍ରସିଦ୍ଧ କରିବା ପାଇଁ ୨ ବର୍ଷିଆ ଟାର୍ଗେଟ୍ ରଖିଛନ୍ତି ସରକାର । ପୁରୀ ବଡଦାଣ୍ଡଠାରୁ ଆରମ୍ଭ କରି ମନ୍ଦିରର ଚତୁପାଶ୍ୱର୍, ମନ୍ଦିରର ଭିତର ପାଶ୍ୱର୍ ଓ ସମୁଦ୍ରକୂଳ ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ହେବ ନୂଆ ଭିତିଭୂମୀ । ମଲଟି ପରପୋଜ ଅଣ୍ଡର ପାର୍କିଂଠାରୁ ଆରମ୍ଭ କରି ଭକ୍ତଙ୍କ ପାଇଁ ବଡଦାଣ୍ଡରେ ହେବ ୫ ହଜାର ବିଶିଷ୍ଟ ପ୍ରତୀକ୍ଷାଳୟ ।

ନଜର ପକାନ୍ତୁ ପୁରୀ ପାଇଁ କ’ଣ ରହିଛି ଯୋଜନା?

ବଡ଼ଦାଣ୍ଡରେ ଉଠା ଦେକାନୀ ଉଠାଇ ସେଠାରେ ହେବ ରାଜ୍ୟର ସବୁଠୁ ବଡ ମାର୍କେଟ କଂପ୍ଲେକ୍ସ
ପୁରୀ ସମୁଦ୍ରକୂଳରେ ୩ ଏକର ଜମିରେ ହେବ ବହୁତଳ ବିଶିଷ୍ଟ ପାର୍କିଂ ଓ ମାର୍କେଟ କଂପ୍ଲେକ୍ସ
ଶ୍ର୍ରୀମନ୍ଦିର ସମ୍ୁଖ ବଡ ଦାଣ୍ଡକୁ କୌଣସି ଯାନବାହନ ଯାତୟତ କରିବ ନାହିଁ
ଯାନବାହନ ବଦଳରେ ବ୍ୟାଟେରି ଚାଳିତ ଗାଡିରେ ଶ୍ରୀମନ୍ଦିର ଯାଏଁ ଯିବେ ଶ୍ରଦ୍ଧାଳୁ
ଶ୍ରୀମନ୍ଦିର ଚତୁପାଶ୍ୱର୍କୁ ସବୁଜ ବଳୟରେ ଆଚ୍ଛାଦିତ କରାଯିବ
ବିପଦ ସଂକୁୁଳ ଅବସ୍ଥାରେ ଥିବା ମଠ, ଘରକୁ ଭାଙ୍ଗି ଐତିହ୍ୟ ଛାପ ସହ ପୁନଃ ନିର୍ମାଣ କରାଯିବ
ପୁରୀ ଶ୍ରୀମନ୍ଦିରରେ ଏକ ବିଶାଳ ଆକ୍ୱାରିୟମ ତିଆରି କରାଯିବ
ପୁରୀ ଓ ଭୁବନେଶ୍ୱରର ରାଜପଥର ହେବ ପ୍ରଶସ୍ତିକରଣ
ଏଥିପାଇଁ ଖର୍ଚ୍ଚ ହେବ ମୋଟ୍ ପ୍ରାୟ ୫ ହଜାର କୋଟି ଟଙ୍କା

ଶ୍ରୀମନ୍ଦିରର ବିକାଶ ସହିତ ବିଶ୍ୱ ପର୍ଯ୍ୟଟନସ୍ଥଳୀ କରିବା ପାଇଁ ସଂପୂର୍ଣ୍ଣ ଯୋଜନା ପ୍ରସ୍ତୁତ ଚାଲିଛି । ଏଥିପାଇଁ କିଛି ବରିଷ୍ଠ ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ୨ଜଣ ଅଭିଜ୍ଞ ଅଫିସର ସୁରେଶ ମହାପାତ୍ରଙ୍କୁ ଶ୍ରୀନ୍ଦିରର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ କ୍ରିଷନ କୁମାରଙ୍କୁ ଶ୍ରମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଇଛି ।