ବଢିବନି ‘ତାଲାବନ୍ଦ’ ଅବଧି: ଲକଡାଉନ୍ ବଢିବା ଅବଧିକୁ କେନ୍ଦ୍ର କ୍ୟାବିନେଟର ଖାରଜ; ଅବଧି ବଢିବା ନେଇ ଚାଲିଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ସରକାର

୨୧ ଦିନ ଯାଏଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

26,592

କନକ ବ୍ୟୁରୋ: ୨୧ ଦିନ ପରେ ଦେଶରେ ଲକଡାଉନ ଅବଧି ଆଉ ବଢିବ ନାହିଁ । କେନ୍ଦ୍ର ସରକାର ଆଜି ଏହା ସ୍ପଷ୍ଟ କରିଛନ୍ତି । ତାଲାବନ୍ଦ ଅବଧି ବଢିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିଲା । ଏହାକୁ ଆଜି କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । କ୍ୟାବିନେଟ ସଚିବ ରାଜୀବ ଗୋବା କହିଛନ୍ତି, ଆଗକୁ ଲକଡାଉନ ବଢିବାର ଯୋଜନା ନାହିଁ । କେନ୍ଦ୍ର ସରକାର ଏଭଳି କୌଣସି ଚିନ୍ତା କରିନାହାନ୍ତି । କରୋନା ମୁକାବିଲା ପାଇଁ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଥିଲେ । ଆଜି ଏହା ଷଷ୍ଠ ଦିନରେ ପହଂଚିଛି । ଏହା ପରେ ଅବଧି ପୁଣି ବଢିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ସୋସିଆଲ ମିଡିଆରେ ବି ଏ ନେଇ ଖବର ଘୁରିବୁଲୁଥିଲା । ତେବେ ଏଭଳି କିଛି ଯୋଜନା ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କ୍ୟାବିନେଟ ସଚିବ ।

ସରକାରଙ୍କ କହିବା ଅନୁସାରେ, ଏଭଳି ଖବରର କୌଣସି ସତ୍ୟତା ନାହିଁ । କରୋନାର ପ୍ରକୋପକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଥିଲେ । ମାତ୍ର ତାଲାବନ୍ଦ ଏବଂ କଡା କଟକଣା ସତ୍ୱେ ଦେଶରେ କରୋନାର ଭୟାବହତା କମିବାର ନା ଧରୁନି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ଲକଡାଉନ କଟକଣାକୁ ଆଗକୁ ବୃଦ୍ଧି କରାଯିବା ନେଇ ଗତ ୩-୪ ଦିନ ହେବ ବିଭିନ୍ନ ସୋସିଆଲ ମିଡିଆରେ ଖବର ଘୂରିବୁଲୁଛି । ଏନେଇ ଆଜି ସ୍ପଷ୍ଟୀ କରଣ ରଖିବା ସହ ଏହି ଖବରକୁ ଗୁଜବ ବୋଲି କହିଛି କହିଛି କେନ୍ଦ୍ର ସରକାର ।

ଅନ୍ୟପଟେ ଦେଶରେ ଲକଡାଉନ ଘୋଷଣା ପରେ ଦିଲ୍ଲୀ-ମୁମ୍ବାଇ ଭଳି ବଡ ବଡ ସହରମାନଙ୍କରେ କାମ କରୁଥିବା ପ୍ରବାସୀ ଶ୍ରମିକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଏପରିକି ବସ ଏବଂ ଟ୍ରେନ ରଦ୍ଦ ହେବା କରାଣରୁ ଏମାନେ ଚାଲି ଚାଲି ଘରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ।