ଏଣିକି ଅନ୍ୟ ଭାଷା ବୁଝିବା ଏବଂ କହିବା ହେବ ସହଜ ! ଆଣନ୍ତୁ ଗୁଗଲର ଏହି ଇୟରଫୋନ୍

97

କନକ ବ୍ୟୁରୋ : ଅନ୍ୟ ଭାଷା କହିବାକୁ ଏବଂ ବୁଝିବାକୁ ଚାହୁଁଛନ୍ତି କି ? ଏହି ସୁବିଧା ଆପଣଙ୍କ ପାଇଁ ଆଣିଦେଇଛି ଗୁଗଲ୍ । ବିନା ଟ୍ରେନିଂରେ ଆପଣ ପ୍ରାୟ ବୁଝି ପାରିବେ ୪୦ ଭାଷା । ଆଉ ଏଥିପାଇଁ ଆପଣଙ୍କୁ ସାହାଯ୍ୟ କରିବ ମାତ୍ର ଗୋଟିଏ ଇୟର୍ ଫୋନ୍ । ଯାହାର ନାଁ ରହିିଛି ‘ଗୁଗଲ୍ ପିକ୍ସେଲ୍ ବଡ୍ସ’ । ଏହି ଇୟର୍ ଫୋନର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏହା ରିୟଲ୍ ଟାଇମରେ ଟ୍ରାନ୍ସଲେଟ୍ କରିଥାଏ ।

ଏକ ହାଇଟେକ୍ ଇୟରଫୋନ୍ ହେଉଛି ଏହି ‘ଗୁଗଲ୍ ପିକ୍ସେଲ୍ ବଡ୍ସ’ । ଏହାର ଦକ୍ଷିଣ ପାଶ୍ୱର୍ ଇୟରପିସରେ ରହିଛି ବିଲ୍ଟ୍ ଇନ୍ କଣ୍ଟ୍ରୋଲ୍ । ଏହା ଦ୍ୱାରା ଆପଣ କମାଣ୍ଡ ଦେଇପାରିବେ । ଉଦାହରଣ ସ୍ୱରୁପ ଆପଣ ଫ୍ରେଂଚ୍ ଭାଷା କହିବାକୁ ଚାହୁଁଛନ୍ତି । ତେବେ ଆପଣ ଏହି ଦକ୍ଷିଣ ପାର୍ଶ୍ୱ ଇୟର୍ ପିସକୁ ଧରି ଇଂରାଜୀରେ କହିବେ ମତେ ‘ଫ୍ରେଚ୍ ଶିଖିବାରେ ସାହାଯ୍ୟ କର’ । ଏହା କହିବା ପରେ ଆପଣଙ୍କ ଭାଷାକୁ ଫ୍ରେଂଚରେ ବଡ ଭଏସରେ ଟ୍ରାନ୍ସଲେଟ୍ କରିବ । ସେହିପରି ଯଦି କେହି ଆପଣଙ୍କ ସହ ଫ୍ରେଂଚରେ କଥା ହେଉଛନ୍ତି ତେବେ ଏହି ଇୟରଫୋନ୍ ରିୟଲ ଟାଇମରେ ଏହାକୁ ଟ୍ରାନ୍ସଲେଟ୍ କରି ଆପଣଙ୍କୁ ଶୁଣାଇପାରିବ ।

ପ୍ରକୃତ ଅର୍ଥରେ କହିବାକୁ ଗଲେ ଏହା କେବଳ ଗୋଟିଏ ଇୟରଫୋନ୍ ନୁହେଁ ଏହା ହେଉଛି ଆପଣଙ୍କ ବ୍ୟକ୍ତିଗତ ଟ୍ରାନ୍ସଲେଟର୍ । ଯାହାକୁ ଆପଣ ଯେଉଁଠାକୁ ଯିବେ ସାଥିରେ ନେଇ ପାରିବେ । ହୁଏତ ଏହା ଆପଣଙ୍କୁ ମ୍ୟାଜିକ୍ ପରି ଲାଗୁଥାଇପାରେ । କିନ୍ତୁ ଏପରି ଏକ ଅତ୍ୟାଧୂନିକ ଟେକ୍ନୋଲୋଜି ଆପଣଙ୍କ ପାଇଁ ଆଣିଦେଇଛି ଗୁଗଲ୍ ।