ଚଷମା ପିନ୍ଧୁଥିବା ବ୍ୟକ୍ତି ପ୍ରଖର ବୁଦ୍ଧି ଶକ୍ତିର ଅଧିକାରୀ ଥାନ୍ତି । ୪୪,୪୮୦ରୁ ଅଧିକ ଲୋକଙ୍କ ଆନୁବଂଶିକ ଆକଳନର ବିଶ୍ଲେଷଣ କରୁଥିବା ବୈଜ୍ଞାନିକ ମାନେ ଏକ ଅଧ୍ୟୟନରେ ଏହି କଥା ଜଣାଇଲେ ।
ନୂଆ ସ୍ମାର୍ଟ ଚଷମା, ଗୋଟିଏ ହିଁ ଲେନ୍ସ କରିବ ବିଭିନ୍ନ ଲେନ୍ସର କାମ :
ବୈଜ୍ଞାନିକମାନେ ଏମିତି ସ୍ମାର୍ଟ ଚଷମା ବିକସିତ କରିଛନ୍ତି , ଯାହାର ଲେନ୍ସ ତରଳ ଆଧାରିତ ଏବଂ ତାହାର ନମନୀୟତା ପ୍ରତ୍ୟେକ ବସ୍ତୁ ଉପରେ ଫୋକସ୍ କରିବାରେ ସାହାଯ୍ୟ କରିବ । ଏହି ଲେନ୍ସକୁ ଏମିତି ବିକସିତ କରାଯାଇଛି ଯେ ଏହା ଆଖିର ପ୍ରାକୃତିକ ପୁତୁଳା ଭଳି କାମ କରିବ । ଅର୍ଥାତ୍ ପ୍ରତ୍ୟେକ ବସ୍ତୁ ଉପରେ ଫୋକସ୍ କରିପାରିବ ଯାହାକୁ ବି ବ୍ୟକ୍ତି ଦେଖିପାରିବ । ସେ ବ୍ୟକ୍ତି ଦୂରରେ ଥାଉ ବା ପାଖରେ । ବୟସ ବଢ଼ିବା ସହିତ ଆମ ଆଖିର ଲେନ୍ସ କଠିନ ହୋଇଯାଏ ଏବଂ ବିଭିନ୍ନ ଦୂରତା ଉପରେ ଫୋକସ୍ କରିବାର ନିଜର କ୍ଷମତା ଏବଂ ନମନୀୟତା ହରାଇ ଦିଏ । ସେଥିପାଇଁ ଚଷମା ପିନ୍ଧିବାର ଆବଶ୍ୟକତା ପଡେ । କିନ୍ତୁ ନୂଆ ବିକସିତ ଚଷମାରେ ଗ୍ଲିସେରିନରେ ତିଆରି ଲେନ୍ସ ଥାଏ । ଲେନ୍ସର ନମନୀୟତା ଏବଂ ମୋଡି ହେବାର କ୍ଷମତା ପାଇଁ ଏହା ବହୁ ଲେନ୍ସର କାମ କରିପାରେ । ଏହି ଅନୁସନ୍ଧାନ ଅପଟିକ୍ସ ଏକ୍ସପ୍ରେସ ଜର୍ନାଲରେ ପ୍ରକାଶିତ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/getty_481489803_200013331366634465510_140691.jpg)