ମୁହଁ ଖୋଲିଲେ ଗୋଲକ ମହାପାତ୍ର ! ଗଞ୍ଜାମ ଏସପିଙ୍କୁ କଲେ ଟାର୍ଗେଟ, ଜବାବ ରଖିଲେ ସୂର୍ଯ୍ୟ

23

କନକ ବ୍ୟୁରୋ : ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୋଲିସ କଲ ଡିଟେଲସ ପରେ ଆଜି ପୁଣି ଥରେ ମୁହଁ ଖୋଲିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ମାମଲାରେ ସେ ସିଧାସଳଖ ଗଞ୍ଜାମ ଏସପିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଗଞ୍ଜାମ ଏସପି ଭୟର ବାତାବରଣ ସୃଷ୍ଟି କରୁଛନ୍ତି । ଯେଉଁ କଲ ରେକର୍ଡ କଥା କୁହାଯାଉଛି ତାହା ଜାଲ କାଗଜ । କାଗଜ କିଏ ଦେଲା ଓ କେଉଁଠୁ ଆସିଲା ତାହା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି । ଯେକୌଣସି ଯାଂଚ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଅନ୍ୟ ଗିରଫ ବ୍ୟକ୍ତିଙ୍କ କଲ ରେକର୍ଡ ଯାଂଚ ହେଉ । କୌଣସି ଆସାମୀକୁ ଲୁଚାଇ ରଖାନଯାଉ ଏବଂ ବିଜେପିର ମିଶିବାକୁ ଚାହୁଁଥିବା ଲୋକଙ୍କୁ ଭୟଭୀତ କରିବାକୁ ଏଭଳି କରାଯାଉଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଗୋଲକ ।

ଗତକାଲି ଗିରଫ ଅଭିଯୁକ୍ତଙ୍କ କଲ ଡିଟେଲ ଜାରି କରିଥିଲା ପୋଲିସ । ଏଥିରେ ଅଭିଯୁକ୍ତଙ୍କ ସହ ଗୋଲକ ୨୬ ଥର କଥାହୋଇଥିବା ସ୍ପଷ୍ଟ ହୋଇଥିଲ । ଏହା ପରେ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି ଗୋଲକ ମହାପାତ୍ର । ତା ସହ ପୋଲିସ ସମସ୍ତ କଲ ରେକର୍ଡ ସାମନାକୁ ଆଣିବା ପାଇଁ ସେ ଦାବି କରିଛନ୍ତି । ତିନିଜଣ ବିଜେପିନେତାଙ୍କୁ ହତ୍ୟା କରାଯାଇଥିବା ବେଳେ ଏସପି କଣ କରୁଥିଲେ ବୋଲି ପଚାରିଛନ୍ତି ଗୋଲକ । ଗଞ୍ଜାମ ଏସପି ରାଜନୀତି କରୁଥିବା କହିଛନ୍ତି ବିଜେପିି ନେତା ଗୋଲକ ମହାପାତ୍ର । ଏହା ସହ ଗଞ୍ଜାମ ଏସପିଙ୍କୁ ପାଂଚଟି ପ୍ରଶ୍ନ କରିଛନ୍ତି ଗୋଲକ ମହାପାତ୍ର । ଲକ୍ଷ୍ମୀଙ୍କ ମା କହିଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସର କରାଯାଉନାହିଁ କାହିଁକି ବୋଲି ସେ ପଶ୍ନ କରିଛନ୍ତି । ତା ସହ ହେପାଜତରେ ଥିବା ବ୍ୟକ୍ତିଙ୍କର କଲ ରେକର୍ଡ କେମିତି ହେଲା ବୋଲି ଗଞ୍ଜାମ ଏସପିଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର ।

ସେହିପରି ଏହି ଘଟଣାକୁ ନେଇ ବିଜେପି ରାଜ୍ୟପାଳଙ୍କୁ ଭେଟିବ ବୋଲି ସମୀର ମହାନ୍ତି କହିଛନ୍ତି । ଡିଜିପିଙ୍କୁ ଭେଟି ନିରପେକ୍ଷ ତଦନ୍ତ ଦାବି କରିବା ସହ ସାଇବର ଥାନାରେ ଅଭିଯୋଗ ହେବ । ସେପଟେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସଂପୃକ୍ତି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ଗୋଲକ ମହାପାତ୍ର, ଅମିତ ଶାହା କି କେନ୍ଦ୍ରମନ୍ତ୍ରୀ ନୁହଁନ୍ତି ଯେ ତାଙ୍କ ବିରୋଧରେ ବିଜେଡି ଷଡଯନ୍ତ୍ର କରିବ । ବିଜେଡିର ଏଥିରେ କୌଣସି ହାତ ନାହିଁ । ସେ ପପୁଲାର ହେଲେ କି ନହେଲେ ବିଜେଡିର ଭୋଟବ୍ୟାଙ୍କରେ କୌଣସି ପ୍ରଭାବ ପଡିବନି ବୋଲି ସୂର୍ଯ୍ୟପାତ୍ର କହିଛନ୍ତି ।