ଛେଳିର ଦାମ ୨୨ ଲକ୍ଷ । ମାଲାମାଲ ହୋଇଗଲେ ମାଲିକ, ଜାଣନ୍ତୁ କେଉଁଠି ଏତେ ଦରରେ ବିକ୍ରି ହେଲା ଛେଳି ।

1,020

ଆସନ୍ତାକାଲି ପୂରା ଦେଶରେ ବେଶ ଧୂମଧାମରେ ବକରିଦ୍ ପାଳନ କରିବେ ମୁସଲିମ୍ ସମ୍ପ୍ରଦାୟର ଲୋକେ । ଏହାକୁ ଦୃଷ୍ଟିରେ ରଖି ଛେଳିର ମୂଲ୍ୟ ଆକାଶଛୁଆଁ ହୋଇଛି । ତେବେ ଏହି ପର୍ବ ପାଳନ  ପୂର୍ବରୁ ଲକ୍ଷ୍ନୌର ବ୍ୟବସାୟୀ ଅଦବୁଲ କରିମଙ୍କ ଭାଗ୍ୟ ଫିଟିଛି । ବିଦେଶୀ ବ୍ରିଡରୁ ଜନ୍ମ ନେଇଥିବା ସୋଜତ ପ୍ରଜାତିର ୩ଟି ଛେଳି ବିକ୍ରି କରି ମାଲାମାଲ ହୋଇଛନ୍ତିି କରିମ । ୨୨ ଲକ୍ଷ ଟଙ୍କାରେ ୩ଟି ସୋଜତ ପ୍ରଜାତିର ଛେଳିକୁ ବିକ୍ରି କରି ଏବେ ଚର୍ଚ୍ଚାରେ ରହିଛନ୍ତି କରିମ ।

ଅବଦୁଲଙ୍କ କହିବା ଅନୁଯାୟୀ, ରାଜସ୍ଥାନର ଶୁଷ୍କ ଅଞ୍ଚଳରେ ଦେଖା ଦେଉଥିବା ଏହି ପ୍ରଜାତିର ଛେଳିଙ୍କୁ ଖାସକରି ମାଂସ ପାଇଁ ପାଳନ କରାଯାଇଥାଏ । ଦେଢ ବର୍ଷ ପୂର୍ବରୁ ମାତ୍ର ୭୦ ହଜାର ଟଙ୍କା ଏହି ଛେଳି କିଣିଥିଲେ ଅବଦୁଲ । ଆଉ ଦେଢ ବର୍ଷ ପରେ ଏହାକୁ ୨୨ ଲକ୍ଷ ଟଙ୍କାରେ ବିକ୍ରି କରି ମାଲାମାଲ ହୋଇଛନ୍ତି । ତେବ ଏହି ଛେଳିର ଲାଳନ ପାଳନ ପାଇଁ ମଧ୍ୟ ଧୁମ ଟଙ୍କା ଖର୍ଚ୍ଚ କରିଥିଲେ ଅବଦୁଲ । ୩ଟି ଛେଳିର ପାଳନ ପାଇଁ ୩ ଜଣ ଲୋକ ରଖିଥିଲେ ଅବଦୁଲ ।

କେବଳ ଏତିକି ନୁହେଁ ଛେଳିଙ୍କ ଖାଦ୍ୟ ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ ଅବଦୁଲ ।  ଛେଳିଙ୍କୁ ହୃଷ୍ଟପୃଷ୍ଟ କରିବାକୁ ପ୍ରତିଦିନ ଗହମ. ଜଅ, ଚଣା ମଟର ଖାଇବାକୁ ଦିଆଯାଉଥିବା ବେଳେ  ଦିନରେ ଥରେ ମାଲିସ କରାଯାଉଥିଲା । ଏହାଛଡା ଏହି ଛେଳି ଗୁଡିକ ଗୋଟିଏ ଥରରେ ୫ କିଲୋ ଚାରା ଖାଇଥାନ୍ତି ।  ମାତ୍ର ୪ ମାସର ହୋଇଥିବା ବେଳେ ଏହି ଛେଳିକୁ କିଣିଥିଲେ ଅବଦୁଲ । ସେତେବେଳେ ଏହି ଛେଳିଙ୍କର ଓଜନ ୧୭ରୁ ୧୮ କେଜି ରହିଥିଲା । ତେବେ ମାତ୍ର ଦେଢ ବର୍ଷ ମଧ୍ୟରେ ଏହି ଛେଳି ଗୁଡିକ ଦୁଇ କ୍ୱିଣ୍ଟାଲରୁ ଅଧିକ ଓଜନର ହେବା ପରେ ବକରିଦ୍ ପୂର୍ବରୁ ଏହାକୁ ବିକ୍ରି କରିଛନ୍ତି ଅବଦୁଲ । ଏହାପୂର୍ବରୁ ମଧ୍ୟ ଅନ୍ୟ ବିଦେଶୀ ଯେପରିକି ଅଲୱର, ବାବରି, ବାରବାରୀ, ଆଜମେରୀ ପ୍ରଜାତିର ଛେଳି ମଧ୍ୟ ପାଳନ କରିଥିବା କହିଛନ୍ତି ଅବଦୁଲ ।