ଅଷ୍ଟ୍ରେଲିଆ ନିଆଁ : ଛଳଛଳ ଆଖି , ଭୋକିଲା ପେଟରେ ଛଟପଟ ହେଉଥିବା ଜୀବଜନ୍ତୁଙ୍କୁ ଆକାଶ ମାର୍ଗରୁ ଗାଜର ଏବଂ କନ୍ଧମୂଳ ଦେଲେ ଅଷ୍ଟ୍ରେଲିଆ ସରକାର । 

410

ଅଷ୍ଟ୍ରେଲିଆ ଜଙ୍ଗଲଗୁଡିକରେ ଲାଗିଥିବା ନିଆଁ ଭୟଙ୍କର ରୂପ ନେଇଥିଲା । ଯାହା ଇତିହାସର ସବୁଠାରୁ ବଡ ଅଗ୍ନିକାଣ୍ଡ ବୋଲି ବିବେଚନା କରାଯାଉଛି । ଏହି ଘଟଣାକୁ ଚାରିମାସ ବିତିଯାଇଥିଲେ ମଧ୍ୟ ଜଙ୍ଗଲରେ ଲାଗିଥିବା ନିଆଁ ଆଜି ବି ସେଠାକାର ମଣିଷ ହୁଅନ୍ତୁ କି ଜୀବଜନ୍ତୁ ସମସ୍ତଙ୍କ ପାଇଁ ଅଭିଶାପ ପାଲଟିଛି । ୟୁନିଭର୍ସିଟି ଅଫ୍ ସିଡନୀର ଜଣେ ଅର୍ଥନୀତିଜ୍ଞଙ୍କ ଆକଳନ ଅନୁସାରେ, ଏହି ନିଆଁର ସଂସ୍ପର୍ଶରେ ଆସି ୨୨ ରୁ ଉଦ୍ଧ୍ୱର୍ ଲୋକ ଓ ୧୦୦ କୋଟି ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି । ଏଥିରେ ସ୍ତନ୍ୟପାୟୀ ପଶୁପକ୍ଷୀଙ୍କଠାରୁ ଆରମ୍ଭ କରି ଗୁରୁଣ୍ଡୁଥିବା ଜୀବଜନ୍ତୁ ସମସ୍ତେ ସାମିଲ ଅଛନ୍ତି ।

ତେବେ ଏହି ଅଗ୍ନିକାଣ୍ଡରେ ସବୁଠାରୁ ଅଧିକ ବିପତ୍ତି ନିରୀହ ଜୀବଜନ୍ତୁଙ୍କୁ ସହିବାକୁ ପଡିଛି । ନିଆଁରେ ଛାରକାର ହୋଇଯାଇଛି ଜଙ୍ଗଲ ଏବଂ ଜୀବଜନ୍ତୁଙ୍କ ଖାଦ୍ୟ । କିଛି ଜୀବ ଭୋକରେ ମରୁଛନ୍ତି ତ ଆଉ କେତେକ ନିଆଁରେ ପାଉଁସ ହୋଇଛନ୍ତି । ଏହାରି ମଧ୍ୟରେ ଏକ ଭଲ ଖବର ସାମ୍ନାକୁ ଆସିଛି । ଅଷ୍ଟ୍ରେଲିଆ Operation Rock Wallaby ଆରମ୍ଭ  କରାଯାଇଛି । Minister for Energy and Environment ଏହି ଅପରେଶନକୁ ଆରମ୍ଭ କରିଛନ୍ତି । ଏହି ଅପରେଶନ ଜରିଆରେ ଜଙ୍ଗଲରେ ବାସ କରୁଥିବା ଜୀବଜନ୍ତୁଙ୍କୁ ଖାଇବାକୁ ଦିଆଯାଉଛି । ଆକାଶମାର୍ଗରୁ ସେମାନଙ୍କ ପାଇଁ ହେଲିକ୍ୟାପ୍ଟର ଯୋଗେ ଖାଦ୍ୟପଦାର୍ଥ ଦିଆଯାଉଛି । ଖାଦ୍ୟରେ ଗାଜର ଓ କନ୍ଧମୂଳକୁ ସାମିଲ କରାଯାଇଛି । ୧୦୦ କେଜିରୁ ଅଧିକ କନ୍ଧମୂଳ ଓ ଗାଜର ବର୍ତ୍ତମାନ ସୁଦ୍ଧା ଖାଇବାକୁ ଦିଆସରିଛି ।

ସୂଚନାନୁସାରେ, ଯେଉଁ ଅଞ୍ଚଳରେ ନିଆଁ ଲାଗିଥିଲା ସେଠାରେ ଅଧିକତର କଙ୍ଗାରୁ ଓ କୋଆଲାଙ୍କୁ ଦେଖିବାକୁ ମିଳିଥାଏ । କିନ୍ତୁ ଦୁଃଖର ବିଷୟ , ଜଙ୍ଗଲ ନିଆଁରେ ଜଳି ଏବେ ଏମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି । ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ଆରମ୍ଭ ହୋଇଥିଲା । ଆଦ୍ରତା କମ୍ ଓ ପବନର ବେଗ ଅଧିକ କାରଣରୁ ନିଆଁ ଲାଗୁଥିବା ଆଶଙ୍କା କରାଯାଉଛି । ଜୁଲାଇରୁ ଏ ପର୍ଯ୍ୟନ୍ତ ନ୍ୟୁ ସାଉଥ ୱେଲସରେ ୭୦ ଲକ୍ଷ ଏକର ଜମି ଜଳିସାରିଲାଣି । ଏଠାରେ ପାଖାପାଖି ୧୪୦୦ ଘର ଜଳି ପାଉଁଶ ହୋଇଯାଇଛି । ନିଆଁକୁ ଆୟତ୍ତ କରିବା ପାଇଁ ବିଶ୍ୱର ସବୁଠାରୁ ବଡ ଫାୟାର ସର୍ଭିସ ନିୟୋଜିତ କରାଯାଇଛି । ଏଥିରେ ୭୪ ସ୍ୱେଚ୍ଛାସେବୀ କାମ କରୁଛନ୍ତି ।