କନକ ବ୍ୟୁରୋ : ଏଣିକି ସୈନିକ ସ୍କୁଲରେ ପଢିବେ ଝିଅ । ଏନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ସୈନିକ ସ୍କୁଲରେ ଝିଅ ମାନେ ପାଠ ପଢିପାରିବେ । ମିଜୋରାମର ଚିଙ୍ଗିଚିପ୍ ସୈନିକ ସ୍କୁଲରେ ପାଇଲଟ ପ୍ରୋଜେକ୍ଟ ଭାବେ ଏହାକୁ ଦୁଇ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା । ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହେବା ପରେ ପୂରା ଦେଶରେ ଏହାକୁ ଲାଗୁ କରିବା ପ୍ରସ୍ତାବରେ ମୋହର ମାରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହାପୂର୍ବରୁ କେବଳ ସୈନିକ ସ୍କୁଲରେ ପୁଅ ମାନଙ୍କୁ ନାମ ଲେଖାଉଥିଲେ ।
ତେବେ ଝିଅ ମାନେ ନାମ ଲେଖାଇବା ପୂର୍ବରୁ ସୈନିକ ସ୍କୁଲର ଭିତ୍ତିଭୂମି ଓ ଯଥେଷ୍ଟ ମହିଳା କର୍ମଚାରୀ ରହିଛନ୍ତି କି ନାହିଁ ତାହାର ତଦାରଖ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ବେଟି ବଚାଓ ବେଟି ପଢାଓ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ସହ ସେନାରେ ମହିଳାଙ୍କୁ ଅଧିକରୁ ଅଧିକ ସାମିଲ କରିବାକୁ କେନ୍ଦ୍ର ସରକାର ଏଭଳି ନିଷ୍ପତି ନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/sainik-school.jpg)