ଝାରସୁଗୁଡା ଜିଲ୍ଲା ବେଲପାହାଡ ସହରରେ ଜଣେ କଲେଜ ଛାତ୍ରୀ କୁରକୁରି ଖାଉଥିବା ବେଳେ ତଣ୍ଟିରେ ଲାଗିବାରୁ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଭଳି ଦୁଃଖଦ ଘଟଣା ଘଟିଛି। ବେଲପାହାଡ଼ ଫାଟକ ପାଖରେ ରହୁଥିବା ସରୋଜ କୁମାର ରାୟଙ୍କ ୧୬ ବର୍ଷୀୟା ଝିଅ ସୁଚିତ୍ରା ଆଜି ଅପରାହ୍ନ ସାଢ଼େ ୪ଟା ସମୟରେ ଘରେ ଖଟରେ ଶୋଇ ମୋବାଇଲରେ ଭିଡ଼ିଓ ଦେଖି କୁରକୁରି ଖାଉଥିବା ସମୟରେ ହଠାତ୍ ସୁଚିତ୍ରାଙ୍କ ତଣ୍ଟିରେ ଲାଗିଯାଇଥିଲା।
ଫଳରେ ସେ ଅଣନିଶ୍ୱାସୀ ହୋଇ ଅଚେତ ହୋଇପଡ଼ିଥିଲେ। ଅଚେତ ଅବସ୍ଥାରେ ପରିବାର ଲୋକେ ସୁଚିତ୍ରାଙ୍କୁ ବେଲପାହାଡସ୍ଥ ଟିଆରଏଲ ହସ୍ପିଟାଲକୁ ନେଇଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ରଜରାଜନଗର କଲେଜରେ ଯୁକ୍ତ ଦୁଇରେ ପାଠ ପଢୁଥିବା ସୁଚିତ୍ରା ରାୟଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଏହି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/image-2018-09-219.jpg)