ଭୁବନେଶ୍ୱର ଛାତରୁ ପଡି ଛାତ୍ରୀ ମୃତ୍ୟୁ ଘଟଣା । କନକ ନ୍ୟୁଜ ହାତରେ ଲାଗିଲା ମୃତ୍ୟୁ ପୂର୍ବରୁ ଇଂଷ୍ଟାଗ୍ରାମ ଷ୍ଟାଟସ : ଆତ୍ମହତ୍ୟା କରିଥାଇ ପାରନ୍ତି ଛାତ୍ରୀ କୃତିକା ମିଶ୍ର

729

କନକ ବ୍ୟୁରୋ : ଭୁବନେଶ୍ୱର ବିଜେବି ନଗରର ଗୀତାଞ୍ଜଳି ଆପାର୍ଟମେଂଟରେ ଛାତରୁ ପଡି ଛାତ୍ରୀ ମୃତ୍ୟୁ ଘଟଣାର ନୂଆ ଖିଆ ସାମ୍ନାକୁ ଆସିଛି । କନକ ନ୍ୟୁଜ ହାତରେ ଲାଗିଛି ମୃତ୍ୟୁ ହୋଇଥିବା କୃତ୍ତିକା ମିଶ୍ରଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ । ଏଥିରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଗତକାଲି ଅପରାହ୍ନ ପ୍ରାୟ ୩ଟାବେଳେ କୃତିକା ଛାତ ଉପରକୁ ଯାଇ ଖସିପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କୃତ୍ତିକା ଗୀତାଞ୍ଜଳି ଆପାର୍ଟମେଂଟରେ ଥିବା କୃଷ୍ଣମୋହନ ମିଶ୍ରଙ୍କ ଏକମାତ୍ର କନ୍ୟା ଥିଲେ । ଛାତ୍ରୀଜଣକ ମୋବାଇଲରେ ଟିକଟକ ଭିଡିଓ କରୁଥିବା ବେଳେ ଖସିଯାଇଥାଇପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପୁଲିସ ଏହାକୁ ମିଥ୍ୟା ବୋଲି କହିଥିଲା । ଘଟଣାସ୍ଥଳରୁ ଏକ କଣ୍ଢେଇ ମିଳିଥିଲା । କିନ୍ତୁ ଇନଷ୍ଟାଗ୍ରାମ ଷ୍ଟାଟସରୁ ସେ ଆତ୍ମହତ୍ୟା କରିଥାଇପାରେ ବୋଲି ସନ୍ଦେହ ବଢିଛି ।