ଉଦୟପୁର ଏମବି ହସପିଟାଲରୁ ମୋବାଇଲ ଫୋନ୍ ର ବ୍ୟାଟେରୀ ଫାଟିବାରୁ ଏକ ୫ ବର୍ଷୀୟ ଶିଶୁ କନ୍ୟାର ପାଟି ଫାଟିଯିବାର ଚାଚଂଲ୍ୟକର ଘଟଣା ସାମନାକୁ ଆସିଛି । ଏମବି ହସପିଟାଲର ଏମରଜେନ୍ସିରେ ଶୁକ୍ରବାର ସକାଳ ୮.୩୦ ରେ ଶିଶୁର ପରିବାର ଲୋକେ କ୍ଷତ ବିକ୍ଷତ ଚେହେରା ସହ ଏକ ୫ ବର୍ଷୀୟ ଶିଶୁକୁ ନେଇ ପହଂଚିଲେ । ଶିଶୁକୁ ଦେଖି ଡାକ୍ତର ବି ଚକିତ ହୋଇଗଲେ । କାହିଁକିନା ବ୍ୟାଟେରୀର ବ୍ଲାଷ୍ଟ ରେ ଶିଶୁର ସଂପୂର୍ଣ୍ଣ ମୁହଁ ଛିଣ୍ଡି ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା ।

ଅବସ୍ଥା ଗୁରୁତର ଥିବାରୁ ଏମରଜେନ୍ସିରୁ ଡାକ୍ତରମାନେ ଶିଶୁକୁ ଇଏନଟି ଓପିଡିକୁ ନେଲେ । ମୁହଁ ପୁରା ଫାଟି ଯାଇଥିଲା, ତାପରେ ସାଙ୍ଗେ ସାଙ୍ଗେ ଅହମଦାବାଦର ବୋଲକରକୁ ନେଇଗଲେ । ପରିବାର ଲୋକଙ୍କ କହିବାନୁସାରେ ଶିଶୁ ଘରେ ମୋବାଇଲ ସହିତ ଖେଳୁଥିବା ସମୟରେ ଖେଳ ଖେଳରେ ବ୍ୟାଟେରୀକୁ ପଥରରେ ମାରିଲା । ତା’ପରେ ମୋବାଇଲ ବ୍ଲାଷ୍ଟ ହୋଇଗଲା । ଏତେ ବଡ ଧରଣର ବ୍ଲାଷ୍ଟ ଥିଲା ଯେ ପାଟି ଛିଣ୍ଡି ପଡିଲା ଓ ଶିଶୁ ବେହୋସ୍ ହୋଇଗଲା ।

ମୋବାଇଲ ବିଶେଷଜ୍ଞଙ୍କ ମୁତାବକ ମୋବାଇଲ ଫୋନ୍ ବ୍ୟାଟେରୀରେ ସେଲ୍ ଥାଏ, ଯେଉଁଥିରେ କାର୍ବନ ବା ଲିଥିୟମ ଆୟନ ଲିକ୍ୱିଡ ଥାଏ । ଏହା ଓଭର ଚାର୍ଜିଙ୍ଗ ହେବା ଦ୍ୱାରା ଗରମ ହେବା ପରେ ଗ୍ୟାସ୍ ରିଲିଜ୍ କରେ । ଯଦ୍ୱାରା ବ୍ୟାଟେରୀ ଫୁଲିଯାଏ । ଏହି ଫୁଲିଥିବା ବ୍ୟାଟେରୀକୁ ଜୋରରେ ମାରିଲେ ବା ଅଧିକ ଗରମ ହେଲେ ସଟ୍ ସାର୍କିଟ ହୋଇ ବ୍ଲାଷ୍ଟ ହୋଇଯାଏ । ଏହିି ବିସ୍ଫୋଟ ବହୁତ୍ ବିପଦଜନକ ଥାଏ । ବ୍ୟାଟେରୀର ତାପମାତ୍ରା ଅଧିକ ହେବା ପରେ ହିଁ ଏହା ଫାଟେ ।