ୟୁପି ପଥରମାଡରେ ପ୍ରାଣ ହରାଇଥିବା କନେଷ୍ଟବଳଙ୍କ ପୁଅ ଉଠାଇଲେ ପ୍ରଶ୍ନ : କହିଲେ, ପୁଲିସ ଯଦି ନିଜର ସୁରକ୍ଷା କରିବାରେ ସକ୍ଷମ ନୁହେଁ, ତେବେ ତାଙ୍କଠୁ କ’ଣ ଆଶା କରାଯାଇପାରିବ ?

130

ଉତ୍ତର ପ୍ରଦେଶର ଗାଜିପୁରରେ ପିଏମ୍ ନରେନ୍ଦ୍ର ମୋଦିଙ୍କ ରାଲି ପରେ ହିଂସ୍ର ଭିଡ ପୁଲିସ ଟିମ୍ ଉପରେ ପଥର ମାଡରେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଯାଇଛି । ଯେବେକି ଦୁଇ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏହି ମାମଲାରେ ପୁଲିସ ଏବେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଲିସ କନେଷ୍ଟବଳଙ୍କ ମୃତ୍ୟୁ ମାମଲାରେ ୩୨ଜଣ ଲୋକଙ୍କ ବିରୋଧରେ ଏଫଆଇଆର ଦାଏର କରିଛି । ମୃତକ କନେଷ୍ଟବଳ ସୁରେଶ ବତ୍ସଙ୍କ ପୁଅ ବିପି ସିଂହ ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ସୂଚନାଯୋଗ୍ୟ, ପୁଲିସ କନେଷ୍ଟବଳଙ୍କ ମୃତ୍ୟୁ ନିଷାଦ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ପଥରମାଡ ଦ୍ୱାରା ହୋଇଛି ।

ମୃତ ସୁରେଶଙ୍କ ପୁଅ କହନ୍ତି କି, ପୁଲିସ ଯଦି ନିଜର ସୁରକ୍ଷା କରିବାରେ ସକ୍ଷମ ନୁହେଁ । ଆମେ ତାଙ୍କଠୁ କ’ଣ ଆଶା ରଖିବା ? ଏବେ କ୍ଷତିପୂରଣ ନେଇ ଆମେ କଣ କରିବୁ ? ଏହା ପୂବ ର୍ରୁ ମଧ୍ୟ ବୁଲନ୍ଦ ସହର ଓ ପ୍ରତାପଗଢ଼ରେ ଏମିତି ଘଟଣା ହୋଇସାରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତ ପୁଲିସଙ୍କ ପରିଜନଙ୍କୁ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା, ଜଣେ ପରିଜନଙ୍କୁ ଚାକିରୀ ତଥା ଅସାଧାରଣ ପେନସନ୍ ଦିଆଯିବାର ନିର୍ଦ୍ଦେଶ ଦେଇଛନ୍ତି ।