ବାଜିଲା ନିର୍ବାଚନ ବିଗୁଲ । ଓଡିଶାରେ କେଉଁ କେଉଁ ତାରିଖରେ ହେବ ନିର୍ବାଚନ, ଜାଣନ୍ତୁ ମୁଖ୍ୟ ନିର୍ବାଚନ କମିଶନଙ୍କ ଘୋଷଣାର ଟିକିନିକ ତଥ୍ୟ

504

କନକ ବ୍ୟୁରେ : ସାଧାରଣ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଏପ୍ରିଲ ୧୧ରୁ ଆରମ୍ଭ ହେବ ସାଧାରଣ ନିର୍ବାଚନ । ମୋଟ ୭ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା । ସମଗ୍ର ଦେଶରେ ଲୋକସଭା ନିର୍ବାଚନ ହେବା ସହ ୪ଟି ରାଜ୍ୟ ଓଡିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ, ଓ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ତେବେ ଜମ୍ମୁ-କାଶ୍ମୀରରେ ଏହି ସମୟରେ ବିଧାନସଭା ନିର୍ବାଚନ ହେବନି ବୋଲି ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି । ଜାଣନ୍ତୁ ନିର୍ବାଚନ ଘୋଷଣାର ଟିକିନିକ ତଥ୍ୟ

ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ମୁଖ୍ୟ ଲକ୍ଷ୍ୟ

ଚଳିତଥର ନିର୍ବାଚନରେ ମୋଟ କୋଟି ଭୋଟର ନିଜର ମତ ଦେବେ, ୮୪.୩ ମିଲିୟନ ନୂଆ ଭୋଟର ଯୋଡି ହୋଇଛନ୍ତି

୧୮ରୁ ୧୯ ବର୍ଷ ବୟସର ମୋଟ ୧.୫ କୋଟି ଭୋଟର ରହିଛନ୍ତି : ମୁଖ୍ୟ ନିର୍ବାଚନ କମିଶନର

ପ୍ରତି ବୁଥରେ ଭିଭିପାଟର ବ୍ୟବହାର କରାଯିବ, ୯୯.୩ ପ୍ରତିଶତ ଭୋଟରଙ୍କ ପାଖରେ ଭୋଟର ଆଇଡି କାର୍ଡ ରହିଛି

ପୁରୁଷ ଭୋଟର – ୪୬.୫ କୋଟି, ମହିଳା ଭୋଟର – ୪୩.୨ କୋଟି, ତୃତୀୟ ଲିଙ୍ଗ ଭୋଟର – ୩୩୧୦୯

ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି, ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଉଟସ୍ପିକର ଉପରେ ରୋକ ଲଗାଇଲେ ମୁଖ୍ୟ ନିର୍ବାଚନ କମିଶନର

ପୂରା ନିର୍ବାଚନ ପ୍ରକିୟାର ଭିଡିଓଗ୍ରାଫି ହେବାସହ ଇଭିଏମରେ ପ୍ରାର୍ଥୀଙ୍କ ଫଟୋ ରହିବ

ପୋଲିଂ ଅଫିସରଙ୍କ ଗାଡିରେ ପ୍ରଥମଥର ପାଇଁ ଜିପିଏସ ଲାଗିବ, ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି

ଲୋକସଭା ନିର୍ବାଚନ ପାଇଁ ହେଲ୍ପଲାଇନ ନମ୍ବର ଜାରି କଲେ ମୁଖ୍ୟ ନିର୍ବାଚନ କମିଶନର, ୧୯୫୦ ନମ୍ବରରେ କଲ କରି ସମସ୍ତ ତଥ୍ୟ ପାଇପାରିବେ ଭୋଟର

ମତଦାନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବ । କୌଣସି ଅଭିଯୋଗ ପାଇଁ ଆପ୍ ଲଞ୍ଚ କରାଯାଇଛି, ଅଭିଯୋଗର ୧୦୦ ମିନିଟ ମଧ୍ୟରେ ନିଆଯିବ କାର୍ଯ୍ୟାନୁଷ୍ଠାନ

୨୦୧୯ ନିର୍ବାଚନ ; ମୋଟ ୧୦ ଲକ୍ଷ ମତଦାନ କେନ୍ଦ୍ରରେ କରାଯିବ ଭୋଟଗ୍ରହଣ

୨୦୧୯ ନିର୍ବାଚନ ମୋଟ ୭ଟି ପର୍ଯ୍ୟାୟରେ ହେବ

୨୦୧୯ ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧୮ ମାର୍ଚ୍ଚରେ ବିଜ୍ଞପ୍ତି ପ୍ରକାଶ ପାଇବ,

୧୧ ଏପ୍ରିଲ ପ୍ରଥମ ପର୍ଯ୍ୟାୟ, ୧୮ ଏପ୍ରିଲ ଦ୍ୱିତୀୟ ପର୍ଯ୍ୟାୟ, ୨୩ ଏପ୍ରିଲ ତୃତୀୟ ପର୍ଯ୍ୟାୟ, ୨୯ ଏପ୍ରିଲ ଚତୁର୍ଥ ପର୍ଯ୍ୟାୟ. ମଇ ୬ ପଞ୍ଚମ ପର୍ଯ୍ୟାୟ, ମଇ ୧୨ ଷଷ୍ଠ ପର୍ଯ୍ୟାୟ, ୧୯ ମଇ : ସପ୍ତମ ପର୍ଯ୍ୟାୟ , ୨୩ ମଇରେ ର ହେବ ମତଗଣନା : ମୁଖ୍ୟ ନିର୍ବାଚନ କମିଶନର

୪ଟି ପର୍ଯ୍ୟାୟରେ ଓଡିଶାରେ ହେବ ନିର୍ବାଚନ : ମୁଖ୍ୟ ନିର୍ବାଚନ କମିଶନର

ଏପ୍ରିଲ ୧୧, ୧୮,୨୩ ଓ ୨୯ରେ ଓଡିଶାରେ ୪ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ

ପ୍ରଥମ ପର୍ଯ୍ୟାୟରେ ୨୦ ରାଜ୍ୟର ୯୧ଟି ଆସନ, ଦ୍ୱିତୀୟ ପର୍ଯ୍ୟାୟରେ ୧୮ ରାଜ୍ୟର ୯୭ ଆସନ, ତୃତୀୟ ପର୍ଯ୍ୟାୟରେ ୧୪ ରାଜ୍ୟର ୧୧୫ଟି ଆସନ, ଚତୁର୍ଥ ପର୍ଯ୍ୟାୟରେ ୯ ରାଜ୍ୟର ୭୧ଟି ଆସନ , ପଞ୍ଚ ମ ପର୍ଯ୍ୟାୟରେ ୭ ରାଜ୍ୟର ୫୧ ଆସନ, ଷଷ୍ଠ ପର୍ଯ୍ୟାୟରେ ୭ଟି ରାଜ୍ୟର ୫୧ଟି ଆସନ, ସପ୍ତମ ପର୍ଯ୍ୟାୟରେ ୮ ରାଜ୍ୟର ୫୯ଟି ଆସନ

ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ଟି ଲୋକସଭା ଆସନରେ ହେବ ନିର୍ବାଚନ , ଦ୍ୱିତୀୟ ପର୍ଯ୍ୟାୟରେ ୫ ଓ ତୃତୀୟ ପର୍ଯ୍ୟାୟରେ ୬ଟି ଓ ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ଓଡିଶାରେ ହେବ ଭୋଟଗ୍ରହଣ