ପାରାଚ୍ୟୁଟ୍ ରେଜିମେଂଟରେ ପ୍ରଶିକ୍ଷଣ ପାଇଁ ଧୋନୀଙ୍କ ଆବେଦକୁ ମଞ୍ଜୁର କଲେ ସେନାମୁଖ୍ୟ ବିପିନ ରାୱତ: ଦୁଇ ମାସ ପାଇଁ ଟ୍ରେନିଂ ନେବେ ମାହି

ଟେରିଟୋରିଆଲ ଆର୍ମି ସହ କରିବେ ଅଭ୍ୟାସ କିନ୍ତୁ ହେବେ ନାହିଁ ଅପରେସନରେ ସାମିଲ୍

388

କନକ ବ୍ୟୁରୋ: ପାରାଚ୍ୟୁଟ୍ ରେଜିମେଂଟରେ ପ୍ରଶିକ୍ଷଣ ପାଇଁ ଧୋନୀଙ୍କ ଆବେଦକୁ ମଞ୍ଜୁର କଲେ ସେନାମୁଖ୍ୟ ବିପିନ ରାୱତ । ଦୁଇ ମାସ ପାଇଁ ଟ୍ରେନିଂ ନେବେ ଧୋନୀ । ଟେରିଟୋରିଆଲ ଆର୍ମି ସହ କରିବେ ଅଭ୍ୟାସ କରିବେ । କିନ୍ତୁ ସିଧାସଳଖ କୌଣସି ଅପରେସନରେ ସାମିଲ୍ ହେବେ ନାହିଁ ବୋଲି ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି । ଟେରିଟୋରିଆଲ ଆର୍ମିର ଏକ ପାରାଚ୍ୟୁଟ୍ ରେଜିମେଂଟରେ ଅଭ୍ୟାସ କରିବାକୁ ଅନୁମତି ଦେବାକୁ ଭାରତୀୟ ସେନାକୁ ଅନୁମତି ଲୋଡିଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନୀ ।

ଭାରତୀୟ କ୍ରିକେଟ ଟିମ୍ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାକୁ ଥିବାବେଳେ ଧୋନୀ ଏହି ସିରିଜରେ ଭାଗ ନେଇପାରିବେ ନାହିଁ ତାଙ୍କ ଆଡୁ ମନାକରିଥିଲେ । ଏବଂ ଏହି ସମୟରେ ସେ ଟେରିଟୋରିଆଲ ଆର୍ମିର ଏକ ପାରାଚ୍ୟୁଟ୍ ରେଜିମେଂଟରେ ଅଭ୍ୟାସ କରିବେ ବୋଲି ସୂଚନା ଦେଇଥିଲେ । ତାପରେ ଧୋନୀଙ୍କୁ ୱେଷ୍ଟଇଣ୍ଡିଜ୍ ସିରିଜରୁ ବାଦ ଦେଇଛି ବିସିସିଆଇ । ଏବଂ ତାଙ୍କ ସ୍ଥାନରେ ଋଷଭ ପନ୍ଥ ତିନୋଟି ଯାକ ଫର୍ମାଟ ପାଇଁ ୱକେଟ କିପର ଭାବେ ଚୟନ କରାଯାଇଛି ।