ଗଞ୍ଜାମ ଜିଲ୍ଲାପାଳଙ୍କ ଭୂତ ଚ୍ୟାଲେଞ୍ଜ । ଗୁଣିଗାରେଡି ପ୍ରମାଣିତ କଲେ ମିଳିବ ୫୦ ହଜାର ଟଙ୍କା, ଏହି ପୁରସ୍କାର ରାଶି ନିଜ ପକେଟରୁ ଦେବେ ଅମୃତ କୁଲାଙ୍ଗେ ।

516

କନକ ବ୍ୟୁରୋ : ଅନ୍ଧବିଶ୍ୱାସ ଦୂର କରିବାକୁ ଜିଲ୍ଲାପାଳଙ୍କ ନିଆରା ଉପାୟ । ଅତ୍ୟାଧୁନିକ ସମାଜରୁ ଆଜି ମଧ୍ୟ ସଂପୂର୍ଣ୍ଣ ରୂପେ ଅନ୍ଧବିଶ୍ୱାସ ଦୂର ହୋଇପାରି ନାହିଁ। ଅନ୍ଧବିଶ୍ୱାସକୁ ନେଇ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଅପରାଧିକ ଘଟଣାଗୁଡ଼ିକ ଘଟୁଛି। ତେଣୁ ଏଭଳି ସମସ୍ୟା ଦୂର କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଏ ନେଇ ସେ ପୁରସ୍କାର ଘୋଷଣା କରିଛନ୍ତି।

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ି ନେଇ ଅନେକ ସମୟରେ ଅଭିଯୋଗ ଆସୁଛି। ଏହାର ସତ୍ୟତା ଓ ବାସ୍ତବତା ନେଇ ତଦନ୍ତ କରାଯାଉଛି। ମାତ୍ର ଏହା ପ୍ରମାଣିତ ହୋଇପାରୁ ନାହିଁ। ତେଣୁ ଯେଉଁ ବ୍ୟକ୍ତି ଗୁଣିଗାରେଡ଼ିକୁ ପ୍ରମାଣିତ କରିପାରିବେ ସେ ୫୦ ହଜାର ଟଙ୍କା ପୁରସ୍କାର ପାଇବେ।

ଗଞ୍ଜାମ ଜିଲ୍ଲାପାଳ ପୁରସ୍କାର ରାଶି ସରକାରୀ କୋଷରୁ ନୁହେଁ ବରଂ ନିଜ ପକେଟରୁ ଦେବାକୁ ଘୋଷଣା କରିଛନ୍ତି। ଗୁଣିଗାରେଡ଼ି ଦୂର ପାଇଁ ସଚେତନାତ ଲକ୍ଷ୍ୟରେ ଏହି ପଦକ୍ଷେପ କରାଯାଉଛି। ସ୍କୁଲ-କଲେଜରେ ପିଲାମାନଙ୍କୁ ସଚେତନତାମୂଳକ ବାର୍ତ୍ତା ଦିଆଯିବ। ସେହିଭଳି ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯିବ।