ଗଂଜେଇ ଚାଲାଣ ମାଧ୍ୟମ ଆମ୍ବୁଲାନ୍ସ: ମାଲକାନଗିରିରୁଦିଲ୍ଲୀକୁ ଚାଲାଣ ବେଳେ ଜବତ କଲା ପୁଲିସ, ୫ ଅଟକ

32

କନକ ବ୍ୟୁରୋ: ଅଭିନବ ଉପାୟରେ ଗଂଜେଇ ଚାଲାଣ ଜାରି ରଖିଛନ୍ତି ଗଂଜେଇ ମାଫିଆ । ପୁଣି ଏକ ଆମ୍ବୁଲାନ୍ସରେ ମାଲକାନଗିରିଠାରୁ ଦିଲ୍ଲୀକୁ ଜଂଜେଇ ଚୋରା ଚାଲାଣ ବେଳେ ଧରିଲା ପୁଲିସ । ଏକ ପିକଅପ ଭ୍ୟାନ ଓ ଆମ୍ବୁଲାନ୍ସ ସହ ୫ ଜଣ ଚୋରା ଚାଲାଣକାରୀଙ୍କୁ ଧରିଛି ପୁଲିସ ।

ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ବେଳେ ପିକଅପ ଭ୍ୟାନଟି ସନ୍ଧିଗ୍ଧ ଅବସ୍ଥାରେ ବୁଲି ଥିବା ଦେଖି ପଚରାଉଚରା କରିଥିଲେ । ଏହାପରେ ପଛରେ ଏକ ଆମ୍ବୁଲାନ୍ସରେ ଗଂଜେଇ ଆସୁଥିବା ଜାଣିବାକୁ ପାଇଥିଲେ ।

ଗଂଜେଇ ବୋଝେଇ ଆମ୍ବୁଲାନ୍ସଟିକୁ ପୁଲିସ କାବୁ କରିଥିବା ବେଳେ ସେଥିରୁ ଏକ କ୍ୟୁଂଟାଲରୁ ଅଧିକ ପରିମାଣର ଗଂଜେଇ ଜବତ କରିଛି । ଏହି ଗଂଜେଇ ବୋଝେଇ ଆମ୍ବୁଲାନ୍ସ ମାଲକାନଗିରି ଚିତ୍ରକୋଣ୍ଡାରୁ ଦିଲ୍ଲୀକୁ ଯାଉଥିବା ଜଣାପଡିଛି ।