ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣା: ଯୁବତୀଙ୍କ ନିକଟରେ ଦୁଷ୍କର୍ମର ଭିଡିଓ, ଜଣେ ବହିଷ୍କୃତ ପୋଲିସ କର୍ମଚାରୀ ସମେତ ୪ ଅଭିଯୁକ୍ତ ଅଟକ । ଏସପି କହିଲେ, ଯିଏ ସମ୍ପୃକ୍ତି ଥିବ କାହାକୁ ବି ଛଡ଼ାଯିବନି

1,310

କନକ ବ୍ୟୁରୋ: ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ନିମାପଡାରୁ ଉଠାଇ ନେଇ ପୁରୀରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । କାକଟପୁର ଅଂଚଳର ଯୁବତୀ ଭୁବନେଶ୍ୱରରୁ ଏକ ବସରେ ଘରକୁ ଫେରୁଥିଲେ । ଏତିକିବେଳେ ନିମାପଡା ଛକରେ ଏକ ହୋଟେଲରେ ଖାଉଥିଲେ ଯୁବତୀ । ଖାଇବା ସାରି ଆସିବା ବେଳକୁ ବସଟି ଚାଲିଯାଇଥିଲା । ଆଉ ଏକ ବସକୁ ଛକରେ ଅପେକ୍ଷା କରିଥିଲେ ଯୁବତୀ । ଏହି ସମୟରେ କିଛି ଦୁବୃର୍ତ ପୋଲିସର ପରିଚୟ ଦେଇ ଯୁବତୀଙ୍କୁ କାରରେ ବସାଇ ନେଇଥିଲେ । ମାତ୍ର କାରଟି କାକଟପୁର ପରିବର୍ତେ ପୁରୀ ମେରାଇନ ରୋଡରେ ଯିବାରୁ ଯୁବତୀ ଜଣଙ୍କ ଏହାର ପ୍ରତିବାଦ କରିଥିଲେ । ମାତ୍ର ଜୋରଜବରଦସ୍ତ ୪ଜଣ ଦୁବୃର୍ତ ଯୁବତୀଙ୍କୁ ପୁରୀ ନେଇ ଆସିଥିଲେ ।

ପୀଡିତାଙ୍କ ଅଭିଯୋଗ ଅନୁସାରେ, ଅପରାହ୍ନ ପ୍ରାୟ ୩ ଟା ସମୟରେ ପୁରୀ କୁମ୍ଭାରପଡା ଥାନା ଝାଡେଶ୍ୱରୀ କ୍ଲବ ନିକଟ ଏକ କ୍ୱାଟରରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ବହିଷ୍କୃତ ପୋଲିସ କର୍ମଚାରୀ, ସହଯୋଗୀ ସହ ମିଶି ଗଣଦୁଷ୍କର୍ମ କରିଥିବା ଯୁବତୀ କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା । ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଏକ କୋଠରୀରେ ତାଲା ପକାଇ ରଖାଯାଇଥିଲା । ମାତ୍ର କୌଣସି ମତେ ସେଠାରୁ ସେ ଖସି ପଳାଇ ଆସିଥିଲେ । ଏନେଇ ପୀଡିତା ଜଣଙ୍କ କୁମ୍ଭାରପଡା ଥାନାରେ ଅଭିଯୋଗ କରିବା ପରେ ସମ୍ପୃକ୍ତ ବହିଷ୍କୃତ ପୁଲିସ କର୍ମଚାରୀ ସମେତ ୪ ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ପୋଲିସ । ଦୁଷ୍କର୍ମ ସମୟର ଭିଡିଓକୁ ପୀଡିତା କଏଦ କରିଛନ୍ତି ଏବଂ ଏହି ଭିଡିଓକୁ ପୋଲିସ ନିକଟରେ ପୀଡିତା ଦାଖଲ କରିଥିବା ସୂଚନା ମିଳିଛି ।